ସୁଜୁକିର ଦୁଇ ପ୍ରିମିୟମ ମଟରସାଇକଲ ବଜାରରେ

ସୁଜୁକିର ଦୁଇ ପ୍ରିମିୟମ ମଟରସାଇକଲ ବଜାରରେ

ସୁଜୁକିର ଦୁଇ ପ୍ରିମିୟମ ମଟରସାଇକଲ ବଜାରରେ
ଭୁବନେଶ୍ୱର: ସୁଜୁକି ମଟର ସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦୁଇ ଦୁଇ ପ୍ରିମିୟମ ବାଇକ ଜିକ୍ସର ଏସଏଫର ବଜାର ପ୍ରବେଶ କରାଯାଇଛି । ପ୍ରିମିୟମ ୨୫୦ ସିସି ରେ ଆସିଥିବା ଏହି ବାଇକ ଦ୍ୱୟକୁ କମ୍ପାନୀର ଜିଏମ ପ୍ରଡକ୍ଟ ଫ୍ଲାନିଂ ୟୋଶିଆକି ହାରାଡା ଏବଂ ନ୍ୟାସନାଲ ହେଡ (ସେଲ୍ଟ) ଦୀପକ ମୁତ୍ରେଜା ବଜାର ପ୍ରବେଶ କରାଇଥିଲେ । ଜିକ୍ସର ଏସଏଫ ୨୫୦ରେ ଏକ୍ସ ଶୋ ରୁମ ଭୁବନେଶ୍ୱର ମୂଲ୍ୟ ୧,୭୦,୬୫୫ ଟଙ୍କା ଏବଂ ଜିକ୍ସର ଏସଏଫର ମୂଲ୍ୟ ୧,୦୯,୮୭୦ଟଙ୍କା । ନୂତନ ଭାବେ ବଜାର ପ୍ରବେଶ ହୋଇଥିବା ଜିକ୍ସର ଏସଏଫ ୨୫୦ ଏକ ୨୪୯ ସିସି ,ସୁଜୁକି ଅଇଲ ଶୀତଳନ ପ୍ରଣାଳୀ( ଏସଓସିଏସ) ସପକ୍ଷ ହୋଇଥିବା ଚାରି-ଷ୍ଟ୍ରୋକ, ଚରମ ପ୍ରଦର୍ଶନ ପ୍ରଦାନ କରୁଥିବା ଏକକ –ସିଲିଣ୍ଡର ଇନ୍ଧନ ଇଞ୍ଜେକ୍ସନ ଏସଓସିଏସ ଇଞ୍ଜିନ ଦ୍ୱାରା ଚାଳିତ ହୋଇଥାଏ । ଜିକ୍ସର ଏସଏଫ ଏକ ପ୍ରଦର୍ଶନ-ଓରିଏଂଟ ହୋଇଥିବା ମଟରସାଇକେଲ ଯାହାର ୧୫୫ସିସି ଚାରି –ଷ୍ଟ୍ରାକ, ଏକକ-ସିଲିଣ୍ଡର ଇନ୍ଧନ ଇଞ୍ଜେକ୍ସନ ରହିଛି ।