ବଢିବ ବିମାନ ଭଡା

ବଢିବ ବିମାନ ଭଡା

ବଢିବ ବିମାନ ଭଡା
ନୂଆଦିଲ୍ଲୀ: ଆହୁରି ବଢିବ ବିମାନ ଭଡା । ସୁରକ୍ଷା ବାବଦ ଯାତ୍ରୀଙ୍କୁ ଭଡା ଉପରେ ଆହୁରି ୨୦ରୁ ୧୧୫ ଟଙ୍କା ଦେବାକୁ ପଡିବ । ଆସନ୍ତା ମାସ ୧ ତାରିଖରୁ କେନ୍ଦ୍ର ସରକାର ଆଭିଏସନ ସିକୁ୍ୟରିଟି ଫି(ଏଏସଏଫ) ଲଗାଇବେ । ଏହା ବର୍ତମାନ ଯାତ୍ରୀଙ୍କ ଠାରୁ ଅସୁଲ କରାଯାଉଥିବା ପାସେଞ୍ଜର ସିକୁ୍ୟରିଟି ଫି(ପିଏସଏଫ) ର ସ୍ଥାନ ନେବ । ସମ୍ପ୍ରତି ଘରୋଇ ଯାତ୍ରାଙ୍କ ପିଛା ପିଏସଏଫ ୧୩୦ ଟଙ୍କା ରହିଛି, ଯାହାକି ଏଏସଏଫ ଅଧୀନରେ ଜୁଲାଇ ୧ ରୁ ୧୫୦ ଟଙ୍କା ହୋଇଯିବ । ଅନ୍ୟପକ୍ଷରେ ଆନ୍ତଜାତୀୟ ଉଡାଣ କ୍ଷେତ୍ରରେ ବର୍ତମମାନ ଯାତ୍ରୀ ପିଛା ୩.୨୫ ଡଲାର (୨୨୫ଟଙ୍କା) ପିଏସଏଫ ଅସୁଲ କରାଯାଉଥିବାବେଳେ ଜୁଲାଇ ୧ ରୁ ଏହା ବଦଳରେ ୪.୮୫ ଡଲାର(୩୩୬ଟଙ୍କା) ର ଏସଏସଏଫ ନିଆଯିବ । ଫଳରେ ବିମାନ ଯାତ୍ରୀଙ୍କୁ ଟିକେଟ ବାବଦ ଅଧିକ ଟଙ୍କା ଗଣିବାକୁ ପଡିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ସଚିବ ଉଷା ପାଢୀଙ୍କ ପକ୍ଷରୁ ଜାରି ଏକ ନିଦେ୍ର୍ଧଶନାମାରେ ଏହା ଦର୍ଶାଯାଇଛି ।