ଋଣ ଯାଚୁଥିବା ଆପ ପ୍ରତି ସାବଧାନ: ରିଜର୍ଭ ବ୍ୟାଙ୍କ

ଋଣ ଯାଚୁଥିବା ଆପ ପ୍ରତି ସାବଧାନ: ରିଜର୍ଭ ବ୍ୟାଙ୍କ

ଋଣ ଯାଚୁଥିବା ଆପ ପ୍ରତି ସାବଧାନ: ରିଜର୍ଭ ବ୍ୟାଙ୍କ
ମୁମ୍ବାଇ: ଡିଜିଟାଲ ମାଧ୍ୟମରେ କିମ୍ବା ମୋବାଇଲ ଆପ ଜରିଆରେ ଶୀଘ୍ର ଓ ଅତି ସହଜରେ ଋଣ ଦେବାର ପ୍ରତିଶ୍ରୁତି ଦେଉଥିବା ସଂସ୍ଥାଗୁଡ଼ିକ ପ୍ରତି ସାବଧାନ ରହିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତା ଓ କ୍ଷୁଦ୍ରବ୍ୟବସାୟୀଙ୍କୁ କୁହାଯାଉଛି । ଏଭଳି ଅଣସ୍ୱୀକୃତପ୍ରାପ୍ତ ସଂସ୍ଥାଗୁଡିକର ସଂଖ୍ୟା ବହୁତ ବଢ଼ିଯାଇଛି । ଏଭଳି ସଂସ୍ଥା ଗ୍ରାହକମାନଙ୍କୁ ବିଭିନ୍ନ ଉପାୟରେ ନିଜ ଜାଲରେ ଛନ୍ଦି ହେଉଛନ୍ତି । ଅତ୍ୟଧିକ ସୁଧ ଆଦାୟ କରୁଥିବା ବେଳେ ସେମାନଙ୍କ ଅନେକ ଗୋପନ ଚାର୍ଜ ମଧ୍ୟ ରହୁଛି । ସେମାନେ ସାଧାରଣରେ ଗ୍ରହଣୀୟ ହେଉନଥିବା ରିକଭରି ବ୍ୟବସ୍ଥା ଗ୍ରହଣ କରୁଛନ୍ତି ଏବଂ ଗ୍ରାହକଙ୍କ ମୋବାଇଲ ଫୋନରେ ଥିବା ତଥ୍ୟର ଅପବ୍ୟବହାର କରୁଛନ୍ତି । ଏଭଳି ସଂସ୍ଥାର ପ୍ରତିଶ୍ରୁତିରେ ଭାସି ନ ଯିବାକୁ ରିଜର୍ଭ ବ୍ୟାଙ୍କ ସତର୍କ କରାଇଦେଇଛି ।