ବଢିଲା ବିଦୁ୍ୟତ ଦର

ବଢିଲା ବିଦୁ୍ୟତ ଦର

ବଢିଲା ବିଦୁ୍ୟତ ଦର
ଭୁବନେଶ୍ୱର: ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦୁ୍ୟତ୍ ଦର ବଢିଛି । କିଲୋୱାଟ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି ପାଇଛି । ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ହୋଇଛି । ଏପ୍ରିଲ ୪ରୁ ବର୍ଦ୍ଧିତ ଦର ଲାଗୁ କରାଯିବ ନେଇ ସୂଚନା ମିଳିଛି । ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ଦର ଅପରିବର୍ତିତ ରହିଛି । ମିଟର ରେଂଟ , ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତିତ ରହିଛି । ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨% ରିହାତି ରହିଛି । ଡିଜିଟାଲ ପେମେଂଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ । ସମସ୍ତ ପ୍ରି-ପେଡ ଉପଭୋକ୍ତାଙ୍କୁ ମଧ୍ୟ ୨% ରିହାତି ମିଳିବ । ଓଡିଶା ବିଦୁ୍ୟତ ନିୟାମକ ଆୟୋଗ ନିଷ୍ପତି ନେଇଛନ୍ତି ।