ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ

ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ

ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ
ଝାରସୁଗୁଡା : ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏକ ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ୨୧ ଚିହ୍ନଟଙ୍କ ମଧ୍ୟରେ ୮ ଜଣ ଛାତ୍ର ଓ ୧୩ ଜଣ ଶିକ୍ଷକ ଓ କର୍ମଚାରୀ ରହିଛନ୍ତି । ଜଣେ ଆକ୍ରାନ୍ତ ଚିହ୍ନଟ ପରେ ୧୦୦ ଜଣଙ୍କ ସାମ୍ପଲ ନିଆଯାଇଥିଲା ।୧୦୦ଟ ସାମ୍ପଲ ଟେଷ୍ଟ ପରେ ୨୧ ପଜିଟିଭ ମିଳିଥିବା ସୂଚନା ମିଳିଛି । ପଜିଟିଭ ଚିହ୍ନଟ ମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ଜଣାପଡିଛି ।