ବିଶ୍ୱର ପ୍ରଥମ ଗୋଲ୍ଡ ପ୍ଲେଟେଡ୍ ହୋଟେଲ

ବିଶ୍ୱର ପ୍ରଥମ ଗୋଲ୍ଡ ପ୍ଲେଟେଡ୍ ହୋଟେଲ

ବିଶ୍ୱର ପ୍ରଥମ ଗୋଲ୍ଡ ପ୍ଲେଟେଡ୍ ହୋଟେଲ
ଭିଏତନାମର ରାଜଧାନୀ ହନୋଇରେ ବିଶ୍ୱର ପ୍ରଥମ ଗୋଲ୍ଡ ପ୍ଲେଟେଡ ହୋଟେଲ ଖୋଲିଛି । ସେଠାରେ ଗେଟ, କବାଟ, କଫି କପ, ଟେବୁଲ, ଝରକା, ବାସନକୁସନ ସବୁକିଛିରେ ୨୪ କ୍ୟାରେଟ ସୁନାର ପ୍ରଲେପ ଦିଆଯାଇଛି । ବେଡରୁମରେ ଥିବା ଫର୍ଣ୍ଣିଚର ଏବଂ ଅନ୍ୟ ଆସବାବ ପତ୍ର ଉପରେ ମଧ୍ୟ ଗୋଲ୍ଡ ପେଣ୍ଟିଂ କରାଯାଇଛି । ଗୁରୁବାର ଏହାର ଶୁଭାରମ୍ଭ ହୋଇଥିବା ବେଳେ ଏଇଟି ଦକ୍ଷିଣ ପୂର୍ବ ଏସିଆର ସବୁଠୁ ବିଳାସ ବହୁଳ ହୋଟେଲ ବୋଲି ଚର୍ଚ୍ଚା ହେଉଛି । ୪ ଶହ କୋଠରୀ ବିଶିଷ୍ଟ ଏହି ପଞ୍ଚତାରକା ହୋଟେଲର ନାମ ‘ଡୋଲସେ ହନୋଇ ଗୋଲ୍ଡେନ ଲେକ୍‌’ । ଏହାର ବାହାରପଟ କାନ୍ଥରେ ପ୍ରାୟ ୫୪ ହଜାର ବର୍ଗଫୁଟ ଗୋଲ୍ଡ ପ୍ଲେଟେଡ ଟାଇଲସ ଲାଗିଛି । ହୋଟେଲରେ କର୍ମଚାରୀମାନଙ୍କ ଡ୍ରେସ କୋଡ ମଧ୍ୟ ଲାଲ ଓ ଗୋଲଡେନ ରଙ୍ଗ ରଖାଯାଇଛି । ୨୦୦୯ ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ୧୧ ବର୍ଷ ପରେ ଏହାର ନିର୍ମାଣ ଶେଷ ହୋଇଛି । ଏଠାରେ ଡବଲ ବେଡରୁମ ଥିବା ସୁଟରେ ଗୋଟି ରାତି ରହିବା ଲାଗି ୭୫ ହଜାର ଟଙ୍କା । ସେହିପରି ପ୍ରେସିଡେନ୍ସିଆଲ ସୁଟରେ ରହିବାକୁ ହେଲେ ରାତିକୁ ୪.୮୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଗୋଲ୍ଡ ପ୍ଲେଟେଡ ହୋଟେଲ ନିର୍ମାଣ ନେଇ କର୍ତ୍ତୃପକ୍ଷ କହିଛନ୍ତି, ସୁନା ଆମର ମାନସିକ ଚାପକୁ କମାଇବାରେ ସହାୟକ ହୋଇଥାଏ । ତେଣୁ ହୋଟେଲରେ ସୁନାର ବହୁଳ ବ୍ୟବହାର କରାଯାଇଛି ।