ପ୍ୟାକେଟ ଅଟା କିଣୁଥିଲେ ଜାଣି ରଖନ୍ତୁ ଏହି ସବୁ କଥା......
ପ୍ୟାକେଟ ଅଟା କିଣୁଥିଲେ ଜାଣି ରଖନ୍ତୁ ଏହି ସବୁ କଥା......
admin
Apr 30, 2021 - 10:42
Updated: Apr 30, 2021 - 10:42
ଗୃହିଣୀମାନେ ଆପଣ ଅନଲାଇନ ସପିଂ କରୁଥିଲେ କିମ୍ବା ଯଦି ଦୋକାନ ଯାଇ ଘର ସଉଦା କିଣାକିଣି କରୁଛନ୍ତି, ତେବେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଆଜିକାଲି ୭୬% ରୁ ଅଧିକ ପରିବାରରେ ବିଭିନ୍ନ ବ୍ରାଣ୍ଡର ପ୍ୟାକେଟ ଅଟା ବ୍ୟବହାର କରାଯାଉଛି । ଏସବୁ ପ୍ୟାକେଟ ଅଟା କିଣିବା ପୂର୍ବରୁ କେତୋଟି କଥା ଜାଣି ରଖିବା ଜରୁରୀ ।
ଦୋକାନ ଯାଇ ଅଟା କିଣୁଥିଲେ, ପ୍ୟାକେଟ ପଛରେ ଏହାର ପ୍ୟାକେଜିଂ ତାରିଖକୁ ଦେଖି ନିଅନ୍ତୁ । ଅଟା ଯେତେ ସତେଜ ହେବ, ତାହା ସ୍ୱାସ୍ଥ୍ୟ ପାଇଁ ସେତେ ଭଲ ବୋଲି ଜାଣି ରଖିବା ଉଚିତ । କେତେକ କମ୍ପାନୀ ପ୍ୟାକେଟ ପଛରେ ଅଟା କେବେ ପେଷା ଯାଇଥାଏ, ତାହା ଉଲ୍ଲେଖ ରହିଥାଏ । ସେ ସବୁ ଦେଖିବା ପରେ ହିଁ କିଣନ୍ତୁ ।
ଏବେ ବଜାରରେ ଓ ଅନଲାଇନରେ ବିଭିନ୍ନ କମ୍ପାନୀ ଭଳିକି ଭଳି ସୁଆଦର ଅଟା ବିକି୍ର କରୁଛନ୍ତି । ଏସବୁ ଅଟା କିଣିବା ପୂର୍ବରୁ ଡାକ୍ତର କିମ୍ବା ଖାଦ୍ୟ ବିଶେଷଜ୍ଞଙ୍କୁ ଥରୁଟିଏ ପଚାରି ନେବା ଭଲ । ନିଜ ମନକୁ ଯେକୌଣସି ସୁଆଦର ଅଟା ଖାଇଲେ ତାହା ସ୍ୱାସ୍ଥ୍ୟ ହାନି କାରକ ହୋଇପାରେ ।
ଫାଇବର ଯୁକ୍ତ ଅଟା ପ୍ୟାକେଟ ଉପରେ ସେ ସବୁର ତତ୍ତ୍ୱ ଲେଖାଯାଇଥାଏ । ଦୋକାନରେ ଥିବା କର୍ମଚାରୀଙ୍କ ପରାମର୍ଶ ମଧ୍ୟ ଅଟା କିଣିବା ସମୟରେ ନେବା୨ ଉଚିତ ।