ନିକମା ଅଭିମନ୍ୟୁ!

ନିକମା ଅଭିମନ୍ୟୁ!

ନିକମା ଅଭିମନ୍ୟୁ!
ବଲିଉଡ଼୍ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁତ୍ର ଅଭିମନ୍ୟୁ ଦସାନୀଙ୍କ ପ୍ରଥମ ଫିଲ୍ମ ଥିଲା ‘ମର୍ଦ କୀ ଦର୍ଦ ନାହିଁ । ଏ ଫିଲ୍ମରେ ଚମକ୍ରାର ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ । ତାଙ୍କ ଆଗାମୀ ଫିଲ୍ମ ନିକ୍କମା’ । ଏଥିରେ ଅଭିମନ୍ୟୁଙ୍କୁ ଜଣେ ନିକମା ବା ଅକାମିକା ଚରିତ୍ରରେ ଦର୍ଶକେ ଦେଖିବେ । ଫିଲ୍ମର ପ୍ରଥମ ଫଟୋଚିତ୍ର ସାମନାକୁ ଆସିବା ପରେ ନାୟକ ନାୟିକାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଏଥିରେ ଅଭିମନ୍ୟୁଙ୍କ ବିପକ୍ଷରେ ଅଛନ୍ତି କଣ୍ଠଶିଳ୍ପୀ । ତଥା ଚର୍ଚ୍ଚିତ ୟୁଟ୍ୟୁବ ସେଲିବ୍ରିଟ ଶର୍ଲୀ ସେତିୟା । ‘ନିକ୍କମା’ ଫିଲ୍ମରୁ ଶର୍ଲ୍ଲୀଙ୍କ ବଲିଉଡ଼ ଜୀବନ ଆରମ୍ଭ ହେବ । ସେହିପରି ଜଣେ ସହଯୋଗୀ ନିର୍ଦ୍ଦେଶକ ଭାବେ ଅଭିମନ୍ୟୁ ଫିଲ୍ମ ଜଗତକୁ ପ୍ରବେଶ କରିଥିଲେ । ଦମ ଲଗାକେ ହାଇଶା’ ଏବଂ “ନୌଟଙ୍ଗୀ ସାଲା” ର ସେ ଥିଲେ ସହଯୋଗୀ ନିର୍ଦ୍ଦେଶକ । ଶବୀର ଖାନଙ୍କ ନିର୍ଦ୍ଦେଶିତ ‘ନିକ୍କମା’ ଆସନ୍ତା ବର୍ଷକୁ ମୁକ୍ତିଲାଭ କରିବ ।