ନିଦରେ ଚାଲନ୍ତି ଇଲିଆନା!

ନିଦରେ ଚାଲନ୍ତି ଇଲିଆନା!

ନିଦରେ ଚାଲନ୍ତି ଇଲିଆନା!
ଅଭିନେତ୍ରୀ ଇଲିଆନା ଡିକ୍ରୁଜଙ୍କ ମନରେ ଏକ ଅଦ୍ଭୁତ ଚିନ୍ତାଧାରା ବସା ବାନ୍ଧିଛି । ତାଙ୍କର ଧାରଣା, ରାତିରେ ସେ ନିଦରେ ଚାଲୁଛନ୍ତି । ଏ ପରି ଚିନ୍ତାକୁ ନିଜ ଭିତରେ ନ ରଖି ପ୍ରଶଂସକଙ୍କୁ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି । ଲେଖିଛନ୍ତି ‘ଏବେ ଏ କଥାକୁ ପୁରାପୁରି ମାନିନେଉଛି, ଯେ ମୁଁ ନିଦରେ ଚାଲୁଛି... । ତାହା ହୋଇ ନଥିଲେ ସକାଳେ ମୋ ପାଦରେ କ୍ଷତ ଚିହ୍ନ ରହନ୍ତା କାହିଁକି?ଦରଜ ଲାଗୁଛି କାହିଁକି? ଏହା କି ପ୍ରକାର ରହସ୍ୟ ବୁଝି ହେଉନାହିଁ ।’ ଇଲିଆନାଙ୍କ କଥାକୁ ପଢ଼ିବା ପରେ ଅନେକ ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କ ପାଇଁ ଟ୍ୱିଟରେ ମଜାଦାର ବାର୍ତ୍ତାମାନ ଲେଖୁଛନ୍ତି । ଜଣେ ଲେଖିଛନ୍ତି ଇଲିଆନା ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଆଉ ଜଣେ ଟ୍ୱିଟ କରିଛନ୍ତି ଇଲିଆନା ନିଜ ଶୋଇବା ଘରେ ଭିଡିଓ କ୍ୟାମେରା ଲଗାନ୍ତୁ । କିଛି ପ୍ରଶଂସକ ତାଙ୍କ ଦେହରେ ‘ଭୂତ’ ସବାର ହୋଇଥିବା କହି ଇଲିଆନାଙ୍କୁ ଡରାଇଛନ୍ତି । ଆଉ କିଛି ଅନୁମାନ କରୁଛନ୍ତି ଇଲିଆନା ବୋଧହୁଏ କୌଣସି ଭୂତ ଫିଲ୍ମରେ ଅଭିନୟ ପାଇଁ ଅନୁବନ୍ଧିତ ହୋଇଛନ୍ତି ଏବଂ ଅଭିନୟ ପୂର୍ବରୁ ଏହା ଏକ ମାନସିକ ପ୍ରତିଫଳନ । ତେବେ ଏପରି ମତ ମନ୍ତବ୍ୟ ଉପରେ ଇଲିଆନା କୌଣସି ପ୍ରତିକି୍ରୟା ରଖିନାହାନ୍ତି । ଆଗକୁ ‘ପାଗଲପନ୍ତୀ’ ଫିଲ୍ମରେ ଇଲିଆନା ପରଦାକୁ ଆସୁଛନ୍ତି ।