କଶ୍ମୀର ଉପରେ ଫିଲ୍ମ ନିର୍ମାଣ:ମିଶନ କଶ୍ମୀର

କଶ୍ମୀର ଉପରେ ଫିଲ୍ମ ନିର୍ମାଣ:ମିଶନ କଶ୍ମୀର

 କଶ୍ମୀର ଉପରେ ଫିଲ୍ମ ନିର୍ମାଣ:ମିଶନ କଶ୍ମୀର
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ‘ଇଣ୍ଡିଆନ ମୋସନ ପିକଚର୍ସ ପ୍ରଡୁସର୍ସ ଆସୋସିଏସନ ନିକଟରେ ଏବେ ଫିଲ୍ମ ନିର୍ମାତାଙ୍କ ଭିଡ । କଶ୍ମୀର ଉପରେ ଫିଲ୍ମ ନିର୍ମାଣ ପାଇଁ ଟାଇଟଲ ପଞ୍ଜୀକରଣ ହିଁ ଏହାର ମୁଖ୍ୟ ଉଦେ୍ଧଶ୍ୟ । ଏହି କ୍ରମରେ ‘ସୁପର ୩୦’ ପ୍ରଯୋଜକ ମଧୁ ମଂଟେନା ଚର୍ଚ୍ଚାରେ ଅଛନ୍ତି । କଶ୍ମୀରର ଶେଷ ହିନ୍ଦୁ ରାଣୀ ‘କୋଟା ରାଣୀ’ଙ୍କ ଜୀବନ ଆଧାରରେ ସେ ଏକ ଫିଲ୍ମ ନିର୍ମାଣ କରିବେ । ରିଲିଆନସ ଏଣ୍ଟରଟେନମେଣ୍ଟ ଓ ଫେଣ୍ଟମ ଫିଲ୍ମର ମିଳିତ ସହଯୋଗରେ ଫିଲ୍ମଟି ତିଆରି ହେବ । ଫିଲ୍ମର ଟାଇଟଲ କିମ୍ବା କଳାକାରଙ୍କ ବାବଦରେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ‘କୋଟା ରାଣୀ’ ଥିଲେ ୧୩ ଶ ଶତାବ୍ଦୀର ହିନ୍ଦୁ ଶାସିକା । କଶ୍ମୀର ଉପତ୍ୟକାରେ ମୁସଲମାନ ଶାସକ ପୂର୍ବରୁ ତାଙ୍କ ରାଜୁତି ଚାଲିଥିଲା । ୧୩୩୯ ଖ୍ରୀଷ୍ମାବ୍ଦ ପର୍ଯ୍ୟନ୍ତ ସେ ଶାସନ କରିଥିଲେ । ସେ ଥିଲେ ଅନିନ୍ଦ୍ୟ ସୁନ୍ଦରୀ, ସୁଶାସିକା, ପୁଣି ଯୁଦ୍ଧ ନିପୁଣା, ବାହ୍ୟ ଶତ୍ରୁଙ୍କ ସହ ଏକାଧିକ ଥର ସମ୍ମୁଖ ଲଢେ଼ଇ କରି କଶ୍ମୀରକୁ ରକ୍ଷା କରିଥିଲେ । ତାଙ୍କ ଜୀବନଧାରା ଅତ୍ୟନ୍ତ ରହସ୍ୟମୟ ଥିଲା । ମଣ୍ଟେନାଙ୍କ ମତରେ ‘କୋଟା ରାଣୀ’ ଭାରତର ସବୁଠାରୁ ସକ୍ଷମ ମହିଳା ଶାସିକା । ଇଜିପ୍ଟର ରାଣୀ କ୍ଲିୟୋପେଟ୍ରାଙ୍କ ସହ ସେ ତୁଳନୀୟ । ଏମିତି ଜଣେ ଭାରତୀୟ ହିନ୍ଦୁ ରାଣୀଙ୍କ ଉଲ୍ଲେଖନୀୟ କାହାଣୀକୁ ଫିଲ୍ମ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ଠାରେ ପହଞ୍ଚାଇବା ଦିଗରେ ସେ ଖୁବ୍ ଉତ୍ସାହିତ କହିଛନ୍ତି ।