୪୦ ବର୍ଷ ପରେ ଚନ୍ଦ୍ରପୃଷ୍ଠରୁ ଭୂପୃଷ୍ଠକୁ ଆସିଲା ନମୁନା

୪୦ ବର୍ଷ ପରେ ଚନ୍ଦ୍ରପୃଷ୍ଠରୁ ଭୂପୃଷ୍ଠକୁ ଆସିଲା ନମୁନା

୪୦ ବର୍ଷ ପରେ ଚନ୍ଦ୍ରପୃଷ୍ଠରୁ ଭୂପୃଷ୍ଠକୁ ଆସିଲା ନମୁନା
ବେଜିଂ: ଚୀନ ଦ୍ୱାରା ପ୍ରେରିତ ଚନ୍ଦ୍ରଯାନ ଚାଙ୍ଗ-ଇ-୫ ଚନ୍ଦ୍ରପୃଷ୍ଠରୁ ମୃତ୍ତିକା ଓ ଶିଳାର ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଛି । ଚୀନର ସରକାରୀ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ଏ ସମ୍ପର୍କିତ ରିପୋର୍ଟରେ କୁହାଯାଇଛି ଯେ ଚାଙ୍ଗ-ଇ-ମଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ ଜିଲ୍ଲାରେ ବୁଧବାର ମଧ୍ୟରାତ୍ରରେ ଅବତରଣ କରିଛି । ଅବତରଣ ପୂର୍ବରୁ କ୍ୟାପସୁଲ ନିଜ କକ୍ଷ ପଥରୁ ଅଲଗା ହୋଇ ପୃଥିବୀରେ ପ୍ରବେଶ କରିଥିଲା । ଚାଙ୍ଗ ଇର ଚାରିଟି ମଡୁ୍ୟଲ ମଧ୍ୟରୁ ଦୁଇଟି ଡିସେମ୍ବର ୧ ରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା । ଏହା ଚନ୍ଦ୍ର ପୃଷ୍ଠରେ ପ୍ରାୟ ୨ ମିଟର ଗର୍ତ୍ତ ଖୋଳି ଏଥିରୁ ୨ କିଲୋଗ୍ରାମ ଓଜନର ନମୁନା ସଂଗ୍ରହ କରି ଏଗୁଡ଼ିକ ଏକ ମୁଦିକିଆ ପାତ୍ରରେ ଭୂପୃଷ୍ଠକୁ ଆଣିଛି । ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିବା ଚୀନର ଏହି ତୃତୀୟ ଯାନ ଦୀର୍ଘ ୪୦ ବର୍ଷ ବ୍ୟବଧାନରେ ନମୁନା ଆଣିଛି ।