ଏହି ଗୁମ୍ଫା ବିଶ୍ୱର ସବୁଠାରୁ ବଡ ଗୁମ୍ଫା ।

ଏହି ଗୁମ୍ଫା ବିଶ୍ୱର ସବୁଠାରୁ ବଡ ଗୁମ୍ଫା ।

ଏହି ଗୁମ୍ଫା ବିଶ୍ୱର ସବୁଠାରୁ ବଡ ଗୁମ୍ଫା ।
ଭିଏତନାମାଠାରେ ବିଶ୍ୱର ସବୁଠାରୁ ବଡ଼ ଗୁମ୍ଫା ରହିଛି । ଯାହାର ନାମ ‘ହାଙ୍ଗ ସନ ଡୋଙ୍ଗ’ । ଏହା ପ୍ରାୟ ୫୦ ଲକ୍ଷ ବର୍ଷ ପୂର୍ବେ ପୁରୁଣାର ଗୁମ୍ଫା ବୋଲି ବ୍ରିଟିଶ ଟ୍ୟୁରିଜିମ ସେଣ୍ଟର ନାମକ ପତ୍ରିକାରେ ପ୍ରକାଶ ପାଇଛି । ଏହା ଭାରତ ଠାରୁ ପ୍ରାୟ ୩ ହଜାର କିଲୋମିଟର ଦୂରରେ ଅବସ୍ଥିତ । ଲାଓସ ଏବଂ ଭିଏତନାମା ସୀମାରେଖାରେ ଗୁମ୍ଫାଟି ଅବସ୍ଥିତ । ତେବେ ଏହାର ଆବିଷ୍କାର ୧୯୯୧ ମସିହାରେ ଜଣେ ସ୍ଥାନୀୟ ନିବାସୀ ଏଚ ଖାହାନ କରିଥିଲେ । ଲଗାଣ ବର୍ଷା ଯୋଗୁଁ ଗୁମ୍ଫାରେ ପାଣି ପ୍ରବେଶ କରି ପ୍ରଚଣ୍ଡ ଶବ୍ଦ କରି ପ୍ରବାହିତ ହୋଇଥିଲା । ସେହି ଶବ୍ଦ କେଉଁଠୁ ଆସୁଛି, ତାହାକୁ ଖୋଜିବାକୁ ଯାଇ ଖାହାନ ସେହି ଗୁମ୍ଫାର ଆବିଷ୍କାର କରିଥିଲେ । ତେବେ ସେ ନିଜେ ଗ୍ରାମର ଲୋକଙ୍କୁ ଏହି ବିଷୟରେ ଜଣାଇଥିଲେ । ଗୁମ୍ଫାଟି ଏତେ ବଡ଼ ଥିଲା ଯେ, ତାହା ମଧ୍ୟ ଜଙ୍ଗଲ ସୃଷ୍ଟି ହୋଇଯାଇଥିଲା । ଗୁମ୍ଫା ବିଷୟରେ ସୂଚନା ପାଇ ୨୦୦୯ ରେ ‘ବ୍ରିଟିଶ କେଭ ରିସର୍ଚ୍ଚ ଆସୋସିଏସନ’ର କେତେକ ସଦସ୍ୟ ଏହା ମଧ୍ୟକୁ ଯାଇଥିଲେ । ସେଠାରେ ୪ ଦିନ ପର୍ଯ୍ୟନ୍ତ ସେମାନେ ରହିଥିଲେ । କିନ୍ତୁ ଗୁମ୍ଫାରୁ ବାହାରିବା ବାଟ ନ ପାଇବା କାରଣରୁ ସେମାନେ ଫେରି ଯାଇଥିଲେ । ୨୦୧୦ ରେ ପୁଣି ବ୍ରିଟିଶର ସେହି ସଂଘ ଗୁମ୍ଫା ମଧ୍ୟକୁ ଯାଇଥିଲେ ଏବଂ ବାହାରିବା ବାଟ ଖୋଜି ପାଇଥିଲେ । ଏହା ପରେ ସେହି ସ୍ଥାନକୁ ଟ୍ୟୁରିଜିମର ମାନ୍ୟତା ମିଳିବା ସହିତ ବିଶ୍ୱର ବିଶାଳ ଗୁମ୍ଫାର ଆଖ୍ୟା ଦିଆଯାଇଥିଲା ।