ବିନା ଚିନି ଚା’ର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା
ବିନା ଚିନି ଚା’ର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା
admin
Mar 20, 2021 - 11:53
Updated: Mar 20, 2021 - 11:53
ଅଧିକ ମୋଟା ବା ମଧୁମେହ ହେବା ଭୟରେ ଲୋକେ ଏବେ କିଛି ମାତ୍ରାରେ ସତର୍କ ହେଲେଣି । ଚିନି ପରିବର୍ତ୍ତେ ସୁଗାର ଫ୍ରିର ବ୍ୟବହାର ଅଧିକ କରିବାରେ ଲାଗିଲେଣି । ହାତର ଯାଦୁ ଏବଂ ସୁଆଦିଆ ବିନା ଚିନି ଚା’ର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।
-ଚିନି ପରିବର୍ତ୍ତେ ଅଳ୍ପ ମହୁ ବ୍ୟବହାର କରି ମଧ୍ୟ, ମିଠା ଓ ସ୍ୱାସ୍ଥ୍ୟ ପାଇଁ ହିତକାରୀ ଚା’ ପିଇପାରିବେ । ହେଲେ ଗୋଟେ କଥା ମନେ ରଖିବେ , ଚା’ ପ୍ରସ୍ତୁତ କରିବା ସମୟରେ ଚା’ରେ ମହୁ ପକାଇବେ ନାହିଁ । ଚା’ ପ୍ରସ୍ତୁତ କରି ସାରିବା ପରେ, କପ୍ରେ ମହୁ ପକାଇବେ ।
-ଚିନି ପରିବର୍ତ୍ତେ ଗୁଡ ଚା’ ମଧ୍ୟ ପିଇପାରିବେ । ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଗୁଡକୁ ଚା’ରେ ମିଶାଇ ପିଇବା ଦ୍ୱାରା, ଓଜନ ବୃଦ୍ଧି ହେବାର ଭୟ ନଥାଏ ।
-କିସ୍ମିସ୍କୁ ଅଳ୍ପ ଭାଜି ତାକୁ ଗୁଣ୍ଡ କରି,ଚା ପ୍ରସ୍ତୁତ କରିବା ପରେ ସେଥିରେ ଚିନି ବଦଳରେ ଏହି ଗୁଣ୍ଡ ଅଳ୍ପ ମିଶାଇ ପିଇବା ମଧ୍ୟ, ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ ।
-ଡାଇବେଟିସ୍ ରୋଗୀଙ୍କ ପାଇଁ ବିନା ଚିନି ଚା’ ବହୁତ୍ ଉପକାରୀ ହୋଇଥାଏ ।