ଟିକେଟ ନମିଳିବାରୁ ଅଫିସରୁ ଚୌକି ନେଇଗଲେ

ଟିକେଟ ନମିଳିବାରୁ ଅଫିସରୁ ଚୌକି ନେଇଗଲେ

ଟିକେଟ ନମିଳିବାରୁ ଅଫିସରୁ ଚୌକି ନେଇଗଲେ
ମୁମ୍ବାଇ:ଲୋକସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଏଥିରେ କ୍ଷୁବ୍ଧ ହୋଇ ଜଣେ କଂଗ୍ରେସ ବିଧାୟକ ଦଳୀୟ କାର୍ଯ୍ୟାଳୟରୁ ପ୍ରାୟ ୩୦୦ ଚୌକି ବୋହି ନେଇଛନ୍ତି । ସେ ହେଉଛନ୍ତି ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲା ସିଲୋଦ ନିର୍ବାଚନ ମଣ୍ଡଳୀର ବିଧାୟକ ଅବଦୁଲ ସତାର । ଏଥି ସହିତ ସେ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମଧ୍ୟରେ ଆସନ ବୁଝାମଣା ହୋଇଛି । ଔରଙ୍ଗାବାଦ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ସତାର ଦୃଢ ଦାବିଦାର ଥିଲେ । ମାତ୍ର ଦଳ ବିଧାନ ପରିଷଦ ସଦସ୍ୟ ସୁବାଷ ଝାମ୍ବିଦଙ୍କୁ ଟିକେଟ ଦେଇଥିଲା । ଏଥିରେ ସତାର କ୍ଷୁବ୍ଧ ହୋଇଥିଲେ । ଆଜି ସ୍ଥାନୀୟ ଶାହାଗଞ୍ଜ ଅଂଚଳରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ଦଳର ଏକ ନିର୍ବାଚନ ହେବାର ଥିଲା । ତେବେ ଖବର ପାଇ ସତାର କାର୍ଯ୍ୟାଳୟରେ ପହଁଚିଂ ଥିଲେ ଏବଂ ବୈଠକ ଆରମ୍ଭରୁ ପୂର୍ବରୁ ସେଠାରେ ଥିବା ସମସ୍ତ ୩୦୦ ଚୌକି ନେଇ ଯାଇଥିଲେ । ଏହା ଉପରେ ପ୍ରତିକ୍ରିୟା ଦେଇ ସତାର କହିଛନ୍ତି ଏହି ଚୌକି ତାଙ୍କର । ସେ ଦଳ ଛାଡିଥିବାରୁ ଚୌକିଗୁଡିକ ନେଇ ଯାଇଛନ୍ତି । ଯାହାକୁ ପ୍ରାର୍ଥୀ କରାଯାଇଛି ସେ ଚୌକି ଆଣନ୍ତୁ । ଅନ୍ୟପକ୍ଷରେ ଝାମ୍ବିଦା କହିଛନ୍ତି ସତାରଙ୍କୁ ଚୌକି ଦରକାର ଥିଲା । ସେ ନେଇଗଲେ । ଦଳ ସହ ତାଙ୍କର କୌଣସି ମତାନ୍ତର ନାହିଁ । ସେ କଂଗ୍ରେସରେ ଅଛନ୍ତି । ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରାଯାଇ ନାହିଁ ।