ଟୋକିଓରେ ଭାରତୀୟ ପାରାଲିମ୍ପିକ ଶକ୍ତିଉତ୍ତୋଳକ ଟିମ୍

ଟୋକିଓରେ ଭାରତୀୟ ପାରାଲିମ୍ପିକ ଶକ୍ତିଉତ୍ତୋଳକ ଟିମ୍

ଟୋକିଓରେ ଭାରତୀୟ ପାରାଲିମ୍ପିକ ଶକ୍ତିଉତ୍ତୋଳକ ଟିମ୍


ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ ୨୦୨୦ ଲାଗି ଜାତୀୟ ଶକ୍ତି ଉତ୍ତୋଳକ ଦଳ ଶୁକ୍ରବାର ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଛନ୍ତି । ଦୁଇ ଶକ୍ତି ଉତ୍ତୋଳକ ଜୟଦୀପ ଦେଶୱାଲ ଓ ସକିନା ଖାତୁନଙ୍କ ସହ ପ୍ରଶିକ୍ଷକ ଏବଂ ସପୋର୍ଟ ଷ୍ଟାଫ ଏହି ଗସ୍ତ କରିଛନ୍ତି । ଜୟଦୀପ ପୁରୁଷ ୬୫ କେଜି ଓ ସକିନା ମହିଳା ୫୦ କେଜି ବର୍ଗରେ ଭାଗ ନେବେ । ଉଭୟଙ୍କ ଇଭେଣ୍ଟ ୨୭ ତରିଖରେ ଅନୁଷ୍ଠିତ ହେବ । ଜୟଦୀପଙ୍କ ଏହା ଦ୍ୱିତୀୟ ଅଲିମ୍ପିକ୍ସ । ସେ ୨୦୧୨ରେ ପ୍ରଥମ ଥର ଲାଗି ଭାଗ ନେଇଥିଲେ । ପ୍ରଥମ ଭାରତୀୟ ମହିଳା ଶକ୍ତି ଉତ୍ତୋଳିକା ଭାବେ ସକିନା ଅଲିମ୍ପିକ୍ସ ପଦାର୍ପଣ କରିବେ ।