ଏହି ଉପାୟରେ ଦାନ୍ତରେ ଆଣନ୍ତୁ ଚମକ

ଏହି ଉପାୟରେ ଦାନ୍ତରେ ଆଣନ୍ତୁ ଚମକ

ଏହି ଉପାୟରେ ଦାନ୍ତରେ ଆଣନ୍ତୁ ଚମକ
ସଫା ଏବଂ ଚମକୁଥିବା ଦାନ୍ତ ମୁଁହର ସୁନ୍ଦରତାକୁ ବଢାଇଥାଏ । କିନ୍ତୁ ବେଳେବେଳେ କିଛି ଲୋକଙ୍କ କ୍ଷେତ୍ରରେ ଦାନ୍ତ ହଳଦିଆ ପଡିବା ଭଳି ସମସ୍ୟା ଦେଖା ଦେଇଥାଏ । ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ, ଡକ୍ଟରଙ୍କ ଠାରୁ ପରାମର୍ଶ ନେବା ଠାରୁ ଆରମ୍ଭ କରି, ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଦାନ୍ତରେ ଚମକ ଆଣିବା ପାଇଁ କେଉଁ ଉପାୟ ଆପଣାଇବା ଆବଶ୍ୟକ । ଯାହା ଏହି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । -ଏଥିପାଇଁ ନିଜର ଡାଏଟରେ କିଛି ଫଳ ସାମିଲ କରିବା ଆବଶ୍ୟକ । ଯାହାକି ଦାନ୍ତରେ ଚମକ ଆଣିବାରେ ସାହାଯ୍ୟ କରେ । -ସେଓ ସେଓରେ ଅନେକ୍ ପୋଷକ ତତ୍ୱ ଭରି ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସଙ୍ଗେସଙ୍ଗେ , ଦାନ୍ତ ପାଇଁ ମଧ୍ୟ ବହୁତ୍ ଉପକାରୀ ହୋଇଥାଏ । ସେଓ ଖାଇବା ଦ୍ୱାରା ଏହା ଦାନ୍ତ ମାଢିକୁ ମଜବୁତ୍ କରିବା ସହିତ , ଦାନ୍ତରେ ଚମକ ଆଣିବାରେ ସାହାଯ୍ୟ କରେ । କଦଳୀ- କଦଳୀରେ ଫାଇବରର ମାତ୍ରା ବହୁତ୍ ରହିଥାଏ । ଏହା ଖାଇବା ଦ୍ୱାରା, ଦାନ୍ତରେ ଅଟକି ରହିଥିବା ଖାଦ୍ୟ ଖୁବ୍ ସହଜରେ ବାହାରି ଯାଇଥାଏ । ଏବଂ ଦାନ୍ତରେ ଚମକ ଆସିଥାଏ । କିୱି- କିୱି ଖାଇବା ଦ୍ୱାରା,ଏହା ଦାନ୍ତକୁ ମଜବୁତ୍ ଏବଂ ଚମକଦାର କରିବାରେ ସାହାଯ୍ୟ କରେ । କିୱିରେ ଭିଟାମିନ୍‌’ସି’, ପୋଟାସିୟମ୍‌,ଫଲିକ୍ ଏସିଡ୍‌ର ଗୁଣ ମିଳିଥାଏ । ଯାହା ଦାନ୍ତ ପାଇଁ ଲାଭଦାୟକ ହୋଇଥାଏ । କମଳା- ସ୍ୱାସ୍ଥ୍ୟ ପାଇଁ କମଳା ବହୁତ୍ ଉପକାରୀ ବୋଲି କୁହାଯାଏ । ଏଥିରେ ଭିଟାମିନ୍‌’ସି’ର ମାତ୍ରା ରହିଥାଏ । ଯାହା ଦାନ୍ତ ଏବଂ ମାଢି ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍‌’ସି’ ବ୍ୟତୀତ କ୍ୟାଲସିୟମର ମାତ୍ରା ମଧ୍ୟ ରହିଥାଏ ।