ବିଦ୍ୟାଳୟ ଚଳାଇବା ପାଇଁ କରନ୍ତି ଜୋତା ପଲିସ୍ ।

ବିଦ୍ୟାଳୟ ଚଳାଇବା ପାଇଁ କରନ୍ତି ଜୋତା ପଲିସ୍ ।

ବିଦ୍ୟାଳୟ ଚଳାଇବା ପାଇଁ କରନ୍ତି ଜୋତା ପଲିସ୍ ।
ଅନେକ ମହାନ ମଣିଷ ଜୀବନରେ ସେବାକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । ଜଣେ ନିଆରା ସ୍ୱେଚ୍ଛାସେବୀ ହେଉଛନ୍ତି ତାମିଲନାଡୁର ଏସ ସେଲଭାକୁମାର । ସେ ଅନାଥ ପିଲାଙ୍କ ନିମନ୍ତେ ମଦର ଟେରେସା ନର୍ସରି ଆଣ୍ଡ ପ୍ରାଇମେରି ସ୍କୁଲ’ ଚଳାଉଛନ୍ତି । ପିଲାଙ୍କ ଖାଦ୍ୟ, ପାନୀୟ, ବହିପତ୍ର ରହଣି ବ୍ୟୟ ଆଦି ନିଜେ ବହନ କରୁଛନ୍ତି । ସେଲଭାଙ୍କ ସମ୍ପର୍କରେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ସେ ଅନାଥ ପିଲାଙ୍କ ଯତ୍ନ ନିମନ୍ତେ ଦାନ, ଭିକ୍ଷା ଆଦି ଉପରେ ନିର୍ଭର କରୁନାହାନ୍ତି । ସେ ଜୋତା ପଲିସରୁ ମିଳୁଥିବା ଅର୍ଥରେ ବିଦ୍ୟାଳୟ ଚଳାଉଛନ୍ତି । ସେଲଭା ମୋଚି ନୁହନ୍ତି । ସେ ଚେନ୍ନାଇର ଲୟଲା କଲେଜରୁ ସ୍ନାତକ ପରେ ମାଡ୍ରାସ ବିଶ୍ୱ ବିଦ୍ୟାଳୟରେ ସ୍ନାତକୋତ୍ତର କରିଥିଲେ । ଏବେ ଏକ ଘରୋଇ କଲେଜରେ ଅଧ୍ୟାପନା କରୁଛନ୍ତି । ତେବେ କେବଳ ଦରମା ଟଙ୍କାରେ ସ୍କୁଲ ଚଳାଇବା ଓ ଅନାଥ ପିଲାଙ୍କ ମୁହଁରେ ଦାନା ଦେବା ସମ୍ଭବ ନୁହେଁ । ତେଣୁ ଅବସର ସମୟରେ ଜୋତା ପଲିସ କରୁଛନ୍ତି । ଜୋତା ପଲିସ କରୁଥିବା ବେଳେ ସେ ଏକ ବ୍ୟାନର ଟାଙ୍ଗୁଛନ୍ତି । ବ୍ୟାନରରେ ଲେଖାଅଛି- ‘ମୋତେ କାମ କରିବାକୁ ସୁଯୋଗ ଦିଅନ୍ତୁ । କାମ ପାଇଁ ପାରିଶ୍ରମିକ ଦିଅନ୍ତୁ । ମୁଁ ଆପଣଙ୍କ ଜୋତା ପୋଛି ସଫା କରିଦେବି । ଆପଣ, ମୋର ପିଲାଙ୍କ ଆଖିରୁ ଲୁହ ପୋଛିବାରେ ସାହାଯ୍ୟ କରନ୍ତୁ ।’ ସେଲଭାଙ୍କ ସେବା ମନୋବୃତ୍ତି ଦେଖି କେହି କେହି ଜୋତା ସଫା ବାବଦକୁ ବିପୁଳ ପାରିଶ୍ରମିକ ଦେଉଥିବାରୁ, ତାଙ୍କ ଶିକ୍ଷାନୁଷ୍ଠାନ ଚାଲିବାରେ କୌଣସି ଅସୁବିଧା ହେଉନାହିଁ ।