କମ୍ ଶୋଇବାରେ ଅଭ୍ୟସ୍ତ ଜିରାଫ

କମ୍ ଶୋଇବାରେ ଅଭ୍ୟସ୍ତ ଜିରାଫ

କମ୍ ଶୋଇବାରେ ଅଭ୍ୟସ୍ତ ଜିରାଫ
ବିଶ୍ୱସ୍ତରରେ ୪ଟି ମୁଖ୍ୟ ପ୍ରଜାତିର ଜିରାଫ ପ୍ରାଣୀ ଦେଖାଯାଆନ୍ତି । ଯଥାକ୍ରମେ ଜିରାଫା, ମସାଇ ଜିରାଫ, ରେଟିକୁ୍ୟଲେଡେଟ ଜିରାଫ ଓ କ୍ୟାମେଲୋପାଡର଼୍ାଲିସ ପ୍ରଜାତି । ୨୦୧୮ ରେ ହୋଇଥିବା ସର୍ବେକ୍ଷଣର ଅନୁସାରେ ବିଶ୍ୱରେ ମୋଟ ୧୧୧,୦୦୦ ଜିରାଫ ଏବେ ଜୀବିତ ଅଛନ୍ତି । ଦେଶ ବିଦେଶରେ ପ୍ରମୁଖ ଚିଡିଆଖାନାରେ ଜିରାଫ ଥିବା ବେଳେ ଏମାନଙ୍କ ବଂଶବୃଦ୍ଧି ନିମନ୍ତେ ଗବେଷକଦଳ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ଜିରାଫ ତା ଶରୀରର ରଙ୍ଗ ଓ ଲମ୍ବା ବେକ ନିମନ୍ତେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଗୋଟିଏ ଦିନରେ ଅତିବେଶୀରେ ଜିରାଫ ୩୦ ମିନିଟ୍ ଶୋଇଥାଏ । ଦିନବେଳା ମାତ୍ର ୫ ମିନିଟ୍ ଆଖି ବନ୍ଦ କରି ବିଶ୍ରାମ ନିଏ । ସାମାନ୍ୟତମ ଶବ୍ଦରେ ଏଇ ପ୍ରାଣୀ ସତର୍କ ହୋଇଯାଏ । ଛିଡ଼ା ହୋଇ ଶୋଇପାରୁଥିବା ଜିରାଫ ଗୋଟିଏ ଆଖି ଖୋଲା ରଖି ଶୋଇପାରେ । ଘଣ୍ଟା ପ୍ରତି ୩୫ ମାଇଲ ବେଗରେ ଦୌଡ଼ି ପାରୁଥିବା ଜିରାଫକୁ ଶିକାର କରିବା ଆଦୌ ସହଜ ବ୍ୟାପାର ନୁହେଁ । କମ୍ ଶୋଇବାରେ ଏକ ପ୍ରାଣୀ ସମ୍ପୂର୍ଣ୍ଣ ଅଭ୍ୟସ୍ତ ହୋଇଥିବା ବେଳେ ପାଣି ନପିଇ ମଧ୍ୟ ସେମାନେ ଅନେକ ଦିନ ରହିପାରନ୍ତି । ଯେପରି ମନୁଷ୍ୟଙ୍କ ଆଙ୍ଗୁଠି ଚିହ୍ନ ପରସ୍ପରଠାରୁ ଭିନ୍ନ, ଠିକ୍ ସେହିପରି ପ୍ରତ୍ୟେକ ଜିରାଫଙ୍କର ଶରୀରର ଚିହ୍ନ ମଧ୍ୟ ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା ।