ସ୍ମାର୍ଟ ଯୁଗରେ ସ୍ମାର୍ଟ କଲମର ଚାହିଦା

ସ୍ମାର୍ଟ ଯୁଗରେ ସ୍ମାର୍ଟ କଲମର ଚାହିଦା

ସ୍ମାର୍ଟ ଯୁଗରେ ସ୍ମାର୍ଟ କଲମର ଚାହିଦା
ଏକବିଂଶ ଶତାବ୍ଦୀ ସ୍ମାର୍ଟ ଯୁଗ’ ଭାବେ ପରିଚିତ । ବର୍ତ୍ତମାନ ସମୟରେ ସ୍ମାର୍ଟ ଫୋନ ସହ ସ୍ମାର୍ଟ କଲମର ଆଦର ମଧ୍ୟ କିଛି କମ୍ ନାହିଁ । ଯୁବପିଢ଼ିଙ୍କ ମତରେ ସ୍ମାର୍ଟ କଲମ ସହାୟତାରେ ସେମାନଙ୍କ କାମର ଚାପ କମ୍ ହୋଇପାରୁଛି । କାର୍ଯ୍ୟାଳୟରେ ଦୈନନ୍ଦିନ ହେଉଥିବା ଆଲୋଚନାକୁ ସେମାନେ ଏଇ କଲମରେ ରେକର୍ଡିଂ କରିପାରିବା ସହ କମ୍ପୁ୍ୟଟର ଆବଶ୍ୟକ ତଥ୍ୟ ମଧ୍ୟ ଏଇ କଲମରେ ଥିବା ପେନ୍ ଡ୍ରାଇଭ ସହାୟତାରେ ନେଇ ହୁଏ । ସ୍ମାର୍ଟ କଲମର ବ୍ୟାଟେରି କ୍ଷମତା ୧୨୫ ଦିନରୁ ଅଧିକ ସମୟ ରହିପାରୁଥିବା ବେଳେ ଅନବରତ ଭାବେ ୬ ଘଣ୍ଟାରୁ ଅଧିକ ସମୟ ଲେଖି ହୋଇଯାଏ । ଥରେ ଚାର୍ଜ କଲେ ସ୍ମାର୍ଟ କଲମ ସହାୟତାରେ ୧ ହଜାରରୁ ଅଧିକ ପୃଷ୍ଠା ଲେଖି ହୁଏ ବୋଲି ସଂଖ୍ୟାଧିକ ଲୋକ ପ୍ରକାଶ କରିଛନ୍ତି । ବ୍ଲୁଟୁଥ ସହାୟତାରେ ଆପଣ ନିଜ ସ୍ମାର୍ଟ ଫୋନ ସହ ସ୍ମାର୍ଟ କଲମକୁ ଯୋଗାଯୋଗ କରିପାରିବେ ନଚେତ ୱାଇଫାଇରେ ମଧ୍ୟ ଏହା ଚାଲିପାରିବ । ଇଉରୋପ, ଆମେରିକାରେ ଅଧିକାଂଶ ଲୋକ ସ୍ମାର୍ଟ କଲମର ବ୍ୟବହାର କରୁଥିବା ବେଳେ ଭାରତରେ ମଧ୍ୟ ଏହି କଲମର ଆଦର ବଢ଼ିବାରେ ଲାଗିଛି ।