ଦରମା ନ ବଢାଇବାରୁ ମାଲିକକୁ ହତ୍ୟାକଲା ଯୁବକ

ଦରମା ନ ବଢାଇବାରୁ ମାଲିକକୁ ହତ୍ୟାକଲା ଯୁବକ

ଦରମା ନ ବଢାଇବାରୁ ମାଲିକକୁ ହତ୍ୟାକଲା ଯୁବକ
ନୂଆଦିଲ୍ଲୀ : ଦିଲ୍ଲୀର ଢିଚାଉ ନିକଟ ଏକ କୂଅରୁ ଶୁକ୍ରବାର ସନ୍ଧ୍ୟାରେ ଏକ ୪୫ ବର୍ଷୀୟ ବ୍ୟକ୍ତିଙ୍କର ଶବ ମିଳିଥିଲା । ପୋଲିସ୍ ଏହି ଘଟଣାର ତଦନ୍ତ କରି ଏହି ଘଟଣାର ଅଭିଯୁକ୍ତଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ୪୫ ବର୍ଷୀୟ ଓମ୍ ପ୍ରକାଶ ସିଂଙ୍କୁ ହତ୍ୟା ମାମଲାରେ ପୋଲିସ୍ ତାଙ୍କ ଚାକରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କହିଛନ୍ତି ଯେ, ତାଙ୍କ ଦରମା ନ ବଢାଇବାରୁ ଚାକର ଜଣକ ରାଗରେ ଏପରି କାଣ୍ଡ ଘଟାଇଛନ୍ତି । ଅଗଷ୍ଟ ୨୨ ତାରିଖରେ ବାବା ହରିଦାସ ନଗର ଥାନା ପୋଲିସ୍‌କୁ କୂଅରୁ ଦୁର୍ଗନ୍ଧ ଆସୁଥିବାର ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଏକ ବସ୍ତା ଉଦ୍ଧାର କରିଥିଲା । ଏହି ବସ୍ତା ଭିତରେ ଜଣେ ଯୁବକର ମୃତଦେହ ରହିଥିଲା । ମୃତଦେହର ହାତ ଗୋଡ ବନ୍ଧା ହୋଇଥିଲା । ଏହା ପରେ ପୋଲିସ୍ ଏହି ମୃତଦେହରୁ ପରିଚୟ ପାଇଥିଲା । ଜାଫରପୁରଗ୍ରାମ ନିବାସୀ ଓମ୍ ପ୍ରକାଶ ବୋଲି ଜଣାପଡିବା ପରେ ପୋଲିସ୍ ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଓମ୍ ପ୍ରକାଶଙ୍କ ଭଣଜା ପୁରୁଷୋତ୍ତମ ପୋଲିସ୍‌କୁ କହିଥିଲେ ଯେ, ଓମ୍ ପ୍ରକାଶଙ୍କ ଦୁଇଟି ଡାଏରୀ ଥିଲା । ମାମୁଁ ଭଣଜା ମିଶି କରି ଏହି କାର୍ୟ୍ୟ ସମ୍ଭଳୁଥିଲେ । ଓମ୍ ପ୍ରକାଶ ବିବାହ କରିନଥିବାବେଳେ ସେ ଡାଏରୀରେ ଶୋଉଥିଲେ । ଜୁନ୍ ମାସରେ ତସଲିମ୍ ନାମକ ଜଣେ ଯୁବକକୁ ମାସିକ ୧୨ ହଜାର ଟଙ୍କା ଦେଇ ଡାଏରୀରରେ କାମ କରିବା ପାଇ ରଖିଥିଲଷ । କିନ୍ତୁ ଅଗଷ୍ଟ ୧୧ ତାରିଖରେ ତସଲିମ୍ ନିଜ ଦରମା ବଢାଇବାକୁ ଓମ୍ ପ୍ରକାଶଙ୍କ ସହ ଝଗଡା କରିଥିଲେ । ଓମ୍ ପ୍ରକାଶ ଏହି ଝଗଡା ସମ୍ବନ୍ଧରେ ପୁରୁଷୋତ୍ତମଙ୍କୁ କହିଥିଲେ । ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ତସଲିମ୍ ଓମ୍ ପ୍ରକାଶଙ୍କୁ ହାତ ଗୋଡ ବାନ୍ଧି ଧୁମ୍ ମାଡ ମାରିଥିଲେ । ମାଡ ମାରିବା ପରେ ଗଳାଚପି ହତ୍ୟା କରିଥିଲେ । ଏହା ପରେ ଏକ ବସ୍ତାରେ ଭର୍ତ୍ତି କରି କୂଅରେ ଫୋପାଡି ତାଙ୍କୁ ଅଭିଯୁକ୍ତଜଣକ ଫେରାର ହୋଇଯାଇଥିଲା। ତା’ ପରଦିନ ସକାଳେ ଯେତେବେଳେ ଓମ୍‌ପ୍ରକାଶକୁ ତାଙ୍କ ସମ୍ପର୍କୀୟମାନେ ପାଇଲେନି, ତା’ପରେ ପୋଲିସ୍ର ତାଙ୍କର ନିଖୋଜ ମାମଲା ଦାଏର କଲେ । ଏହା ପରେ ପୋଲିସ୍ ଏହି ମାମଲା ଯାଞ୍ଚ ଆରମ୍ଭ କରିଥିଲା । ପରିଶେଷରେ ଏହି ଘଟଣାର ସତ୍ୟତା ପ୍ରକାଶ ପାଇଥିଲା । ଦରମା ବୃଦ୍ଧିକୁ ନେଇ ଚାକର ଜଣକ ମାଲିକଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିବାର ଜଣାପଡିଥିଲା ।