ଐତିହାସିକ ଚଳଚ୍ଚିତ୍ର ‘ଶିକାରା’

ଐତିହାସିକ ଚଳଚ୍ଚିତ୍ର ‘ଶିକାରା’

ଐତିହାସିକ ଚଳଚ୍ଚିତ୍ର ‘ଶିକାରା’
ଭୁବନେଶ୍ୱର - କାଶ୍ମୀରରେ ପଣ୍ଡିତମାନଙ୍କୁ ବାହାର କରାଯିବାର କାହାଣୀ ନେଇ ଆସୁଛି ବିଧୁ ବିନୋଦ ଚୋପ୍ରାଙ୍କ ନିଦେ୍ର୍ଧଶିତ ଚଳଚ୍ଚିତ୍ର ‘ଶିକାରା’ । ୧୯୯୦ ଜାନୁଆରି ୧୯ରେ ସଂଘଟିତ ଏହି ଲୋମହର୍ଷଣ ଘଟଣାରେ ହଜାର ହଜାର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା । ଗତକାଲି ଅର୍ଥାତ ୨୦୨୦ ଜାନୁଆରୀ ୧୯ରେ ଏହା ୩୦ ବର୍ଷ ପୂରିଛି । ଏହିଭଳି ଏକ ଦାରୁଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଐତିହାସିକ ଚଳଚ୍ଚିତ୍ର ‘ଶିକାରା’। ଏହି ଚଳଚ୍ଚିତ୍ର ପାଇଁ ଅଡିସନରେ କାଶ୍ମୀର ପଣ୍ଡିତଙ୍କୁ ଅଂଶଗ୍ରହଣ ସୁଯୋଗ ମଧ୍ୟ ମିଳିଥିବା ବେଳେ କାଶ୍ମୀରର ଆଦିଲ ଖାନ ଓ ସାଦିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳଚ୍ଚିତ୍ରରେ ସେଇ ୩୦ ବର୍ଷ ତଳର କାହାଣୀକୁ ଜୀବନ୍ତ କରିବା ପାଇଁ ଶରଣାର୍ଥୀ ଭାବେ ଜୀବନ ଅତିବାହିତ କରୁଥିବା କାଶ୍ମୀର ପଣ୍ଡିତଙ୍କୁ ମଧ୍ୟ ନିଜ ଚଳଚ୍ଚିତ୍ରରେ ନେଇଛନ୍ତି । ଏଥିସହ ପ୍ରମୁଖ ଭୂମିକାରେ ମଧ୍ୟ କିଛି କାଶ୍ମୀର ପଣ୍ଡିତଙ୍କୁ ଦେଖିବାକୁ ମିଳିବ । ଗତ ୭ ତାରିଖରେ ଏହାର ଟ୍ରେଲର ମୁକ୍ତିଲାଭ କରିଥିବା ବେଳେ ଫେବୃୟାରୀ ୭ରେ ଇତିହାସର ଏହି ଦୟନୀୟ କାହାଣୀକୁ ପ୍ରତ୍ୟକ୍ଷ କରିବାର ସୁଯୋଗ ପାଇବେ ଦର୍ଶକ ।