ଖୁବ ଶିଘ୍ର ବଜାରକୁ ଆସୁଛି ‘ସୁନିଦ୍ରା ଯନ୍ତ୍ର’

ଖୁବ ଶିଘ୍ର ବଜାରକୁ ଆସୁଛି ‘ସୁନିଦ୍ରା ଯନ୍ତ୍ର’

ଖୁବ ଶିଘ୍ର ବଜାରକୁ ଆସୁଛି ‘ସୁନିଦ୍ରା ଯନ୍ତ୍ର’
ସ୍ମାର୍ଟ ଯୁଗରେ ଗବେଷକ ଦଳ ବର୍ତ୍ତମାନ ଆଉ ପାଦେ ଆଗେଇଛନ୍ତି । ୨୦୧୮ ର ସର୍ବେକ୍ଷଣ ଅନୁସାରେ ପ୍ରତି ୧୫ ଜଣରେ ୫ ଜଣ ଅନିଦ୍ରା ରୋଗରେ ଆକ୍ରାନ୍ତ । ଘରୋଇ ଉପଚାର ଓ ଡାକ୍ତରୀ ଚିକିତ୍ସା କରିବା ସତ୍ତ୍ୱେ ଲୋକେ ଏବେ ଆରାମରେ ଶୋଇ ପାରୁନାହାନ୍ତି । କାମରେ ଚାପ ସହ ପାରିବାରିକ ଅଶାନ୍ତି, ବ୍ୟସ୍ତ ଜୀବନଶୈଳୀ କାରଣରୁ ଅନିଦ୍ରା ରୋଗୀଙ୍କ ସଂଖ୍ୟା ବଢ଼ୁଛି ବୋଲି ଗବେଷକଙ୍କ ମତ । ଏବେ କିନ୍ତୁ ଅନିଦ୍ରା ସମସ୍ୟାର ସମାଧାନ ହେବାକୁ ଯାଉଛି । ଖୁବ ଶୀଘ୍ର ବଜାରରେ ଓ ଅନଲାଇନ ସାଇଟ୍‍ରେ ‘ସୁନିଦ୍ରା ଯନ୍ତ୍ର’ ମିଳିବ । ଫ୍ରାନ୍ସର ଏକ ନାମୀ କମ୍ପାନୀ ଏପରି ‘ସ୍ଲିପ୍‍ ବଡ୍ସ’ ତିଆରି କରିଛି । ଯାହାକୁ କାନରେ ଲଗାଇବାର କିଛି କ୍ଷଣ ମଧ୍ୟରେ ହିଁ ଜଣେ ବ୍ୟକ୍ତି ସୁନିଦ୍ରାରେ ଶୋଇପାରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ସଫଳ ପରୀକ୍ଷା ହୋଇସାରିଛି । କାନରେ ଏହି ବଡ୍ସ ଲଗାଇବା ପରେ ବାହାରର କୌଣସି ଶବ୍ଦ ଆପଣଙ୍କୁ ଶୁଭାଯିବ ନାହିଁ । ଟ୍ରାଫିକ ଶବ୍ଦ ହେଉ କିମ୍ବା ଫୋନ ରିଂ ଜଣେ ବ୍ୟକ୍ତି କିଛି ଜାଣିପାରିବ ନାହିଁ । ବଡ୍ସରୁ ସମୁଦ୍ର ଢେ଼ଉର ଶବ୍ଦ, ବର୍ଷାର ରିମ୍‍ଝିମ ଶବ୍ଦ ବାହାରି ବରଂ ଆପଣଙ୍କ ଶୋଇବା ନିମନ୍ତେ ସାହାଯ୍ୟ କରିବ । ଏହାର ମୂଲ୍ୟ ୨୦ ହଜାରରୁ ୨୫ ହଜାର ଟଙ୍କା ମଧ୍ୟରେ ରହିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।