ମୁନାଙ୍କୁ ମିଳିଲା ରୌପ୍ୟ ପଦକ

ମୁନାଙ୍କୁ ମିଳିଲା ରୌପ୍ୟ ପଦକ

ମୁନାଙ୍କୁ ମିଳିଲା ରୌପ୍ୟ ପଦକ
ବ୍ରହ୍ମପୁର - ଆସାମର ଗୌହାଟିରେ ଚାଲିଥିବା ତୃତୀୟ ଖେଲୋ ଇଣ୍ଡିଆ ଯୁବକୀଡ଼ାର ଭାରୋତ୍ତୋଳନରେ ବ୍ରହ୍ମପୁରର ମୁନା ନାୟକ ଓଡ଼ିଶା ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି । ସେ ୬୧ କେଜି ବର୍ଗରେ ମୋଟ ୨୩୫ (ସ୍ନାଚରେ ୧୦୨ ଓ କ୍ଲିନ ଆଣ୍ଡ ଜର୍କରେ ୧୩୩) କେଜି ଭାରୋତ୍ତୋଳନ କରି ଦ୍ୱିତୀୟ ସ୍ଥାନ ସହ ଏହି ପଦକ ପାଇଛନ୍ତି । କିଛି ବର୍ଷ ହେବ ସେ ପୁନେ ସ୍ଥିତ ସାଇ (ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ) ରେ ପ୍ରଶିକ୍ଷଣ ନେଉଛନ୍ତି । ଗତ ବର୍ଷ ମଧ୍ୟ ଖେଲେ ଇଣ୍ଡିଆରେ ୫୫ କେଜିର ବର୍ଗରେ ଭାଗ ନେଇ ମୋଟ ୨୩୦ କେଜି ଭାରୋତ୍ତୋଳଜନ କରି ସେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ । ଓଡ଼ିଶାରୁ ଏହି ପ୍ରତିଯୋଗିତାରେ ୧୨ ଜଣ ଭାରୋତ୍ତୋଳକ ଭାଗ ନେଇଛନ୍ତି । ଏଥିସହ ଓଡ଼ିଶାର ପଦକ ସଂଖ୍ୟା ୮ ରେ ପହଞ୍ଚିଛି । ୪ ସ୍ୱଣ୍ଣ, ୩ ରୌପ୍ୟ, ୧ କାଂସ୍ୟ ରହିଛି ।