ବାଂଲାଦେଶ ବିପକ୍ଷ ଟେଷ୍ଟ ଓ ଟ୍ବେଣ୍ଟି-୨୦ ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା

ବାଂଲାଦେଶ ବିପକ୍ଷ ଟେଷ୍ଟ ଓ ଟ୍ବେଣ୍ଟି-୨୦ ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା

ବାଂଲାଦେଶ ବିପକ୍ଷ ଟେଷ୍ଟ ଓ ଟ୍ବେଣ୍ଟି-୨୦ ସିରିଜ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ : ଆସନ୍ତା ମାସ ନଭେମ୍ବର ୦୩(ରବିବାର)ରୁ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଉଭୟ ଟେଷ୍ଟ ଓ ଟ୍ବେଣ୍ଟି-୨୦ ସିରିଜ ପାଇଁ ଗୁରୁବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଟ୍ବେଣ୍ଟି-୨୦ ସିରିଜରେ ଭରତୀୟ କ୍ରିକେଟେ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଉପ-ଅଧିନାୟକ ରୋହିତ ଶର୍ମା ଅଧିନାୟକ ଭାର ସମ୍ଭାଳିବେ।ଟି-୨୦ ପାଇଁ ଘୋଷିତ ୧୫ ଜଣିଆ ଦଳରେ ନୂତନ ଚେହେରା ଭାବେ ସଞ୍ଜୁ ସାମସନ ଓ ଶିଭମ ଦୁବେଙ୍କୁ ସାମିଲ କରାଯାଇଥିବା ବେଳେ ନବଦୀପ ସୈନି ବାଦ୍ ପଡ଼ିଛନ୍ତି।। ଅନ୍ୟପକ୍ଷେ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଦଳକୁ ଅପରିବର୍ତ୍ତିତ ରଖାଯାଇଛି। ଫିଟ୍ ହେବା ପରେ କୁଲଦୀପ ଟେଷ୍ଟ ଦଳକୁ ଫେରିଥିବା ବେଳେ ନଦୀମଙ୍କୁ ବାଦ୍ ଦିଆଯାଇଛି। ଟି-୨୦ ପାଇଁ ଘୋଷିତ ଦଳ ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, କେଏଲ ରାହୁଲ, ସଞ୍ଜୁ ସାମସନ, କେଏଲ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, କୃଣାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ, ଶିବମ ଦୁବେ, ଶାର୍ଦ୍ଦୁଲ ଠାକୁର। ଟେଷ୍ଟ ପାଇଁ ଘୋଷିତ ଦଳ ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ଶାହା(ଓ୍ଵିକେଟ୍ କିପର), ରବିନ୍ଦ୍ର ଜାଡ଼େଜା, ଆର ଅଶ୍ଵିନ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା, ଶୁଭମାନ ଗିଲ, ଋଷଭ ପନ୍ତ।