ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ଆଇପିଏଲ ଖେଳିବାକୁ ସୁଯୋଗ ମିଳି ନପାରେ

ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ଆଇପିଏଲ ଖେଳିବାକୁ ସୁଯୋଗ ମିଳି ନପାରେ

ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କୁ ଆଇପିଏଲ ଖେଳିବାକୁ ସୁଯୋଗ ମିଳି ନପାରେ
ମୁମ୍ବାଇ: ସର୍ବାଧିକ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନସ ଆଗାମୀ ଆଇପିଏଲ ପାଇଁ ଆପାତତଃ ତାର ଚୂଡାନ୍ତ ଏକାଦଶ ସ୍ଥିର କରିଛି । ଏହି ଦଳ ଚେନ୍ନାଇରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହ ଖେଳି ଏଥର ଅଭିଯାନ ଆରମ୍ଭ କରିବ । ରୋହିତ ଶର୍ମାଙ୍କ ଏହି ଦଳର ଶୀର୍ଷକ୍ରମ ବେଶ ପ୍ରଭାବୀ ଥିବା ବେଳେ ମଧ୍ୟକ୍ରମ ମଧ୍ୟ ଖୁବ ଦୃଢ଼ ରହିଛି । ଏପରିକି ଯଶପ୍ରୀତ ବୁମରାଙ୍କ ଏକାଦଶ ସ୍ଥାନରେ ସୁଯୋଗ ମିଳିବ । ଫଳରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନଙ୍କ ସମେତ ପ୍ରା=ୟ ୫ ଜଣ ଏଥର ଆଇପିଏଲରେ ଖେଳିବାର ସୁଯୋଗ ପାଇବା ଆଶଙ୍କା ବଢ଼ିଛି । ଏହି ୫ ଜଣଙ୍କ ମଧ୍ୟରେ ଅର୍ଜୁନଙ୍କ ସମେତ ଆଦିତ୍ୟ ତାରେ, ସୌରଭ ତିୱାରି, ମୋହସିନ ଖାନ ଏବଂ ଯୁଦ୍ଧବୀର ଚରକଙ୍କ ନାମ ଆସୁଛି । ଏମାନେ ସମ୍ଭବତଃ ଋତୁ ସାରା ଚୂଡାନ୍ତ ଏକାଦଶ ବାହାରେ ବସି ରହିବେ । ଅର୍ଜୁନ ପ୍ରଥମ ଥର ଲାଗି ଆଇପିଏଲରେ ସାମିଲ ହୋଇଛନ୍ତି । ଘରୋଇ କି୍ରକେଟରେ ଯଥେଷ୍ଟ ଅଭିଜ୍ଞତା ରଖିନଥିବାରୁ ଆଇପିଏଲରେ ଗୋଟିଏ ହେଲେ ମ୍ୟାଚ ଖେଳି ନ ପାରନ୍ତି । ତଥାପି ଟ୍ରେଣ୍ଟ ବୋଲଟ ଓ ଜାହିର ଖାନଙ୍କ ସହ ମୁମ୍ବାଇ ଡ୍ରେସିଂ ରୁମର ଅଂଶବିଶେଷ ରହି ଯଥେଷ୍ଟ ଶିଖିପାରିବାର ସୁଯୋଗ ପାଇବେ । ସେହିପରି କ୍ୱିଣ୍ଟନ ଡି.କକ ଓ ଇଶାନ କିଶନ ଶୀର୍ଷକ୍ରମରେ ରହିଥିବାରୁ ତାରେଙ୍କୁ ସ୍ଥାନ ମିଳିବା ସମ୍ଭାବନା କମ୍ । ଯଦି କେହି ଆହତ ହୁଅନ୍ତି ତା ହେଲେ ଆଶା ରହିବ । ତାରେ ଘରୋଇ ପ୍ରତିଯୋଗିତାରେ ଢେ଼ର ଅଭିଜ୍ଞ । ତଥାପି ଆଇପିଏଲରେ ଋତୁ ସାରା ବାହାରେ ବସିବାକୁ ପଡ଼ିପାରେ ।