ଆଇପିଏଲ ଖେଳାଳିଙ୍କୁ ରାତି ୮ଟା ପରେ ଅଭ୍ୟାସ ପାଇଁ ଅନୁମତି

ଆଇପିଏଲ ଖେଳାଳିଙ୍କୁ ରାତି ୮ଟା ପରେ ଅଭ୍ୟାସ ପାଇଁ ଅନୁମତି

ଆଇପିଏଲ ଖେଳାଳିଙ୍କୁ ରାତି ୮ଟା ପରେ ଅଭ୍ୟାସ ପାଇଁ ଅନୁମତି
ମୁମ୍ବାଇ: କରୋନା କବଳରେ ଥିବା ମୁମ୍ବାଇ ସହରରେ ଆଇପିଏଲ ମ୍ୟାଚ ଆୟୋଜନ ପାଇଁ ପଥ ପରିଷ୍କାର କରିଛନ୍ତି ମହାରାଷ୍ଟ୍ର ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାରଠାରୁ ରାଜ୍ୟ ସରକାର ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କଫୁ୍ୟ ଜାରି କରିଛନ୍ତି । ହେଲେ ଆଇପିଏଲ ଦଳମାନେ ରାତି ୮ଟା ପରେ ଅଭ୍ୟାସ କରିପାରିବେ ଏବଂ ପରେ ହୋଟେଲକୁ ଫେରିପାରିବେ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି । ତେବେ ଦଳଙ୍କୁ କଡ଼ା ଜୈବ ନିରାପତ୍ତା ବଳୟରେ ଅଭ୍ୟାସ କରିବାକୁ ପଡ଼ିବ ଏବଂ କୋଭିଡ କଟକଣାକୁ ସେମାନେ ମାନିବେ ବୋଲି ସର୍ତ୍ତ ରଖିଛନ୍ତି । ମୁମ୍ବାଇରେ ଏବେ ୪ଟି ଦଳ ୨ଟି ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବା ବେଳେ ସେମାନଙ୍କୁ ଦିନ ୪ଟାରୁ ସନ୍ଧ୍ୟା ୬.୩୦ ମିନିଟ ଏବଂ ସନ୍ଧ୍ୟା ୭.୩୦ ରୁ ରାତି ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ କରିବାର ଅନୁମତି ମିଳିଛି । ମୁମ୍ବାଇରେ ଗୋଟିଏ ଦିନରେ ୧୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।