ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା : ୧୦ ଦିନ ଧରି ପୁଲିସ କରିବ ସ୍ପେଶିଆଲ ଡ୍ରାଇଭ
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା : ୧୦ ଦିନ ଧରି ପୁଲିସ କରିବ ସ୍ପେଶିଆଲ ଡ୍ରାଇଭ
admin
Apr 6, 2021 - 13:36
Updated: Apr 6, 2021 - 13:36
ଭୁବନେଶ୍ୱର : ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ଭିଡ଼ିଓ କନଫେରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି ।
୧. ମୁଖ୍ୟମନ୍ତ୍ରୀ କରୋନା ସୁରକ୍ଷା କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ପୁଲିସ ଡିଜିପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
୨. ମାସ୍କ, ସାମାଜିକଦୂରତା କଟକଣାକୁ କଡ଼ାକଡ଼ି ଅନୁପାଳନ କରିବାକୁ ୧୦ ଦିନ ଧରି ପୁଲିସ ସ୍ପେଶିଆଲ ଡ୍ରାଇଭ କରିବ ।
୩. ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ।
୪. ପଶ୍ଚିମ ଓଡ଼ିଶାର ଡାକ୍ତରଖାନାଗୁଡ଼ିକରେ ଡାକ୍ତର, ପାରାମେଡ଼ିକାଲ, ଲାବ ଟେକ୍ନିସିଆନ ଭଳି ପର୍ଯ୍ୟାପ୍ତ ମାନବସମ୍ବଳ ମୁତୟନ ପାଇଁ ନବୀନଙ୍କ ନିଦେ୍ର୍ଧଶ ।
୫. ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରାଯିବ । ପଂଚାୟତିରାଜ ଓ ମିଶନ ଶକ୍ତି ଗୋଷ୍ଠୀ ଏଥିରେ ସହଯୋଗ କରିବେ ।
୬. ବ୍ୟକ୍ତି ଓ ଆନୁଷ୍ଠାନିକ ସ୍ତରରେ କୋଭିଡ଼ କଟକଣା କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
୭. ଜନତାଙ୍କୁ ସହଯୋଗ ପାଇଁ ଦେଲେ ଆହ୍ୱାନ