ବିଧାନସଭା ପାଇଁ କଡା ସୁରକ୍ଷା

ବିଧାନସଭା ପାଇଁ କଡା ସୁରକ୍ଷା

ବିଧାନସଭା ପାଇଁ କଡା ସୁରକ୍ଷା
ଭୁବନେଶ୍ୱର:ଆସନ୍ତାକାଲି ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ବିଧାନସଭାର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା । ସମୁଦାୟ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ , ୨ ପ୍ଲାଟୁନ୍ ଷ୍ଟ୍ରାଇକିଂ ଫୋର୍ସ, ୨ ୟୁନିଟ୍ ଏସଟିୟୁ , ୭ ସେକ୍ସନ କ୍ୟୁଆଟି, ୧୦୦ ପାଖାପାଖି ଅଫିସର, ୪ ଜଣ ଆଡିସନାଲ ଡିସିପି ଓ ନିଜେ ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ଏହା ବ୍ୟତୀତ ଲୋୟର ପିଏମଜିରେ ବିକ୍ଷୋଭକାରୀଙ୍କ କାର୍ଯ୍ୟକଳାପ ଉପରେ ସିସି କ୍ୟାମେରା ନଜର ରଖିବ ।