୧୦ ନମ୍ବରରେ ୬୨ ବଲରୁ ଶତକ

୧୦ ନମ୍ବରରେ ୬୨ ବଲରୁ ଶତକ

୧୦ ନମ୍ବରରେ ୬୨ ବଲରୁ ଶତକ
ଲଣ୍ଡନ: ଇଂଲିସ କାଉଣ୍ଟି କି୍ରକେଟରେ ଏକ ଶତକୀୟ କୀର୍ତ୍ତିମାନ ନଜରକୁ ଆସିଛି । ୧୦ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଗ୍ଲାମରଗନର ମର୍ଚାଣ୍ଟ ଡି ଲାଙ୍ଗ ୬୨ ବଲରୁ ଶତକ ହାସଲ କରିଛନ୍ତି । ଗ୍ଲାମରଗନ କ୍ଲବ ଇତିହାସରେ ଏହା ସବୁଠାରୁ ଦ୍ରୁତତମ ଶତକ । ଡି ଲାଙ୍ଗ ମଧ୍ୟ ନିଜ ପ୍ରଥମ ଶ୍ରେଣୀ ଜୀବନରେ ପ୍ରଥମ ଥର ତିନି ଅଙ୍କ ଛୁଇଁଥିଲେ । ଡି ଲାଙ୍ଗ ଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳର ସମ୍ମାନ ରଖିଥିଲେ ମଧ୍ୟ ଗ୍ଲାମର ଗନ ୬ ୱିକେଟରେ ପରାଜୟ ବରଣ କରିଛି । ନର୍ଥମ୍ପଟନସାୟାର ବିପକ୍ଷ ଏହି ମ୍ୟାଚରେ ଡି’ଲାଣ୍ଡ ୪ ୱିକଟ ନେବା ପାଇଁ ଏହି ସ୍ମରଣୀୟ ଶତକ ହାସଲ କରିଥିଲେ । ବବ ୱିଲସ ଟ୍ରଫି ଅନ୍ତର୍ଗତ ଏହି ମ୍ୟାଚରେ ଗ୍ଲାମରଗନ ପ୍ରଥମ ପାଳିରେ ୨୫୯ ରନ କରିବା ପରେ ନର୍ଥମ୍ପଟନସାୟାର ୩୩୨ ରନ କରିଥିଲା ।