ପୁଲିସ କବଜ୍ଜାରେ ‘ଡକ୍ଟର ବୋମା’

ପୁଲିସ କବଜ୍ଜାରେ ‘ଡକ୍ଟର ବୋମା’

ପୁଲିସ କବଜ୍ଜାରେ ‘ଡକ୍ଟର ବୋମା’
ମୁମ୍ବାଇ - ‘ଡକ୍ଟର ବୋମା’ ଭାବେ ପରିଚିତ ୧୯୯୩ ମୁମ୍ବାଇ କ୍ରମାଗତ ବୋମା ବିସ୍ଫୋରଣ ଘଟଣାର ଅନ୍ୟତମ ଅପରାଧୀ ଜାଲିସ ଆନସାରୀ (୬୮)କୁ ଉତ୍ତରପ୍ରଦେଶ ପୁଲିସ ଶୁକ୍ରବାର କାନପୁରରୁ ଗିରଫ କରିଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଜସ୍ଥାନର ଆଜମେର କେନ୍ଦ୍ରୀୟ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆନସାରୀ ୨୧ ଦିନ ପାରୋଲରେ ଆସି ଫେରାର ହୋଇଯାଇଥିଲା । ଏ ନେଇ ମୁମ୍ବାଇ ଆଗି୍ରପଡ଼ା ଥାନାରେ ଗୁରୁବାର ଏକ ନିଖୋଜ ଏତଲା ଦାୟ କରାଯାଇଥିଲା । ଆନସାରୀର ଘର ଆଗି୍ରପଡ଼ା ଥାନା ଅନ୍ତର୍ଗତ ମୋମିନପୁରୀଠାରେ । ପାରୋଲ ସମୟରେ ସେ ଘରକୁ ଆସି ଆଗି୍ରପଡ଼ା ଥାନାରେ ପ୍ରତ୍ୟହ ସାଢେ଼ ୧୦ଟାରେ ହାଜିରା ହେବାକୁ ନିଦେ୍ର୍ଧଶ ଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଘଟିଥିଲା । ଆନସାରୀର ପୁଅ ଜଇଦ ବାପା ନିଖୋଜ ଥିବା ଜଣାଇବା ପରେ ପୁଲିସ ତାକୁ ଖୋଜୁଥିଲା । ଦେଶର ଏକାଧିକା ବୋମା ବିସ୍ଫୋରଣ ମାମଲାରେ ତା’ର ସମ୍ପୃକ୍ତି ରହିଥିବା ପୁଲିସ କହିଛି । ସିମି ଓ ଇଣ୍ଡିଆନ ମୁଜାହିଦ୍ଧିନ ସଂଗଠନ ସହିତ ସମ୍ପୃକ୍ତ ଆନସାରୀ ଆତଙ୍କବାଦୀଙ୍କୁ ବୋମା ନିର୍ମାଣ ଶିକ୍ଷା ଦେଇଥିଲେ । ୨୦୧୧ରେ ଏନଆଇଏ ଦ୍ୱାରା ସେ ଜେରାର ସମ୍ମୁଖୀନ ହୋଇଥିଲା ।