ଓମ୍ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଓମ୍ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଓମ୍ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ : ବାଚସ୍ପତିଭାବେ ନିର୍ବାଚିତ ହେବା ପରେ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସାରେ ପୋତି ପକାଇଛନ୍ତି । ସେ କହିଛନ୍ତି ଯେ, ଓମ ବିର୍ଲା ଦେଶର କ୍ୟାରିୟର ହବ ରାଜସ୍ଥାନର କୋଟାରୁ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନର ଏ ଛୋଟ ସହର ଏବେ ମିନି ଭାରତ ହୋଇଯାଇଛି । ସବୁ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ କୋଟା ଆସିବେ, କ୍ୟାରିୟର କରିବେ । କୋଟାକୁ ଏ ସ୍ତରରେ ପହଞ୍ଚାଇବାରେ ଓମଙ୍କ ପ୍ରମୁଖ ଭୂମିକା ରହିଛି । କୋଟାରେ କେହି ଭୋକରେ ଯେମିତି ନରହିବେ ସେନେଇ ସେ ଶପଥ ନେଇଥିଲେ । ପ୍ରସାଦମ ଯୋଜନା ଜରିଆରେ ସେ ଗରିବଙ୍କୁ ଖାଦ୍ୟ ଦେଉଥିଲେ । ଓମ ବିର୍ଲା ଜନସେବାକୁ ଜନ ଆନେ୍ଦାଳନରେ ପରିଣତ କରିଥିବା ମୋଦି କହି ତାଙ୍କୁ ପ୍ରଶଂସା କରିଛନ୍ତି ।