ଜୁନ୍ ୧ ରୁ ‘ଗୋଟିଏ ରାଷ୍ଟ୍ର ଗୋଟିଏ ରାସନକାର୍ଡ

ଜୁନ୍ ୧ ରୁ ‘ଗୋଟିଏ ରାଷ୍ଟ୍ର ଗୋଟିଏ ରାସନକାର୍ଡ

ଜୁନ୍ ୧ ରୁ ‘ଗୋଟିଏ ରାଷ୍ଟ୍ର ଗୋଟିଏ ରାସନକାର୍ଡ
ନୂଆଦିଲ୍ଲୀ : ୨୦୨୦ ଜୁନ୍ ପହିଲାରୁ ଦେଶବ୍ୟାପୀ ‘ଗୋଟିଏ ରାଷ୍ଟ୍ର ଗୋଟିଏ ରାସନକାର୍ଡ ସ୍କିମ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ହିତାଧିକାରୀ ଦେଶର ଯେ କୌଣସି ରାସନ ଦୋକାନରୁ ସରକାରୀ ସହାୟକ ଦରରେ ଖାଦ୍ୟଶସ୍ୟ ପାଇପାରିବେ । କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଏହି ମହତ୍ତ୍ୱାକାଂକ୍ଷୀ ସ୍କିମ ଦ୍ୱାରା କାମ ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଉଥିବା ଶ୍ରମିକ ଓ ଦିନ ମଜୁରିଆ ଉପକୃତ ହେବେ । ସେମାନଙ୍କୁ ରାସନ ସାମଗ୍ରୀ ପାଇବା ଲାଗି ନିଜ ବାସସ୍ଥାନକୁ ଆସିବାକୁ ପଡ଼ିବ ନାହିଁ ଏବଂ ସେମାନେ ଅଧିକ ଖର୍ଚ୍ଚାନ୍ତ ହେବେ ନାହିଁ । କେନ୍ଦ୍ରମନ୍ତ୍ରୀ ପାଶ୍ୱାନ ଆହୁରି କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସରକାର ଯୋଗାଇ ଦେଇଥିବା ସବସିଡି ଖାଦ୍ୟ ସାମଗ୍ରୀ ପାଇବା ଲାଗି ଲୋକଙ୍କୁ ଏହି ସ୍କିମ ବେଶ ସହାୟକ ହେବ । ତେବେ ଇଲେକ୍ଟ୍ରୋନିକ ପଏଣ୍ଟ ଅଫ ସେଲ (ଇ-ପସ) ରେ ସେମାନଙ୍କୁ ନିଜର ବାୟୋମେଟି୍ରକ /ଆଧାର ତଥ୍ୟକୁ ପ୍ରମାଣୀକୃତ କରାଇବାକୁ ପଡ଼ିବ । କେବଳ ଇ-ପସ ବ୍ୟବସ୍ଥା ଉପଲବ୍ଧ ଥିବା ରାସନ ଦୋକାନରେ ହିଁ ହିତାଧିକାରୀ ଏହି ସୁବିଧା ପାଇବେ । ଗୋଟିଏ କାର୍ଡ ଦ୍ୱାରା ହିଁ ଦେଶବ୍ୟାପୀ ଏହି ସୁବିଧା ହାସଲ କରିହେବ । କାମ ଅନ୍ୱେଷଣରେ ବାରମ୍ବାର ସ୍ଥାନ ବଦଳାଉଥିବା ଶ୍ରମିମ, ଦିନ ମଜୁରିଆ ଶ୍ରେଣୀର ଲୋକମାନେ ଏହା ଦ୍ୱାରା ଅଧିକ ଉପକୃତ ହେବେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ‘ଗୋଟିଏ ରାଷ୍ଟ୍ର ଗୋଟିଏ ମାନକ’ ଉପରେ କାର୍ଯ୍ୟ କରୁଛନ୍ତି । ମାନକ କାର୍ଯ୍ୟକଳାପରେ ତାଳମେଳି ଆଣିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯିବ । ଏହାର କାର୍ଯ୍ୟକାରିତା ଲାଗି ରୋଡମ୍ୟାପ ପ୍ରସ୍ତୁତି ନିମନ୍ତେ ଭାରତୀୟ ମାନକ ବୁ୍ୟରୋ (ବିଆଇଏସ) କୁ ଖାଦ୍ୟ ମନ୍ତ୍ରାଳୟ ନିଦେ୍ର୍ଧଶ ଦେଇଛି । ଭାରତୀୟ ମାନକ ଆବଶ୍ୟକ ସ୍ଥଳେ ଅନ୍ତର୍ଜାତୀୟ ମାନକ ଅନୁସାରେ କାର୍ଯ୍ୟ କରୁଛି । ୫୧ ରାଷ୍ଟ୍ରରେ ବ୍ୟାପିଥିବା ବିଦେଶୀ ସଂସ୍ଥାକୁ ପାଖାପାଖି ୯୯୮ଟି ଲାଇସେନ୍ସ ବିଆଇଏସ୍ ପ୍ରଦାନ କରିଛି ।