ସିଦ୍ଧାନ୍ତଙ୍କୁ ଦିଗପହଣ୍ଡି ଟିକେଟ

ସିଦ୍ଧାନ୍ତଙ୍କୁ ଦିଗପହଣ୍ଡି ଟିକେଟ

ଭୁବନେଶ୍ୱର:ବିଜେଡିରୁ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି  ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ସିଦ୍ଧାନ୍ତଙ୍କୁ ଦଳ ଦିଗପହଣ୍ଡି ପାଇଁ ପ୍ରାର୍ଥୀ ଘୋଷଣା କରିଛି । କୁହାଯାଉଛି ଦିଗପହଣ୍ଡି ଆସନରେ ଏଥର ଦମଦାର ଲେଢଇ ହେବ । କାରଣ ବିଜେଡି ସେଠାରୁ ସୂର୍ୟ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ଜଣେ ବିଧାୟକଙ୍କ ପୁଅ ଭାବେ ବିପ୍ଲବଙ୍କ ଦିଗପହଣ୍ଡିରେ ଭଲ ସଂଗଠନ ସହ ଲୋକପ୍ରିୟତା ରହିଛି । ସେହିପରି ବିପ୍ଲବଙ୍କ ବିରୋଧରେ ବ୍ରହ୍ମପୁରରେ ଦୁଇ ଦୁଇଥର ସାଂସଦ ରହିଥିବା ସିଦ୍ଧାନ୍ତଙ୍କର ଦିଗପହଣ୍ଡିରେ ଭଲ ସଂଗଠନ ରହିଛି । ଆଉ ସିଦ୍ଧାନ୍ତଙ୍କର ମଧ୍ୟ ଓଡିଶାରେ ଭଲ ଲୋକପ୍ରିୟତା ରହିଛି । ତେଣୁ ବିଜେଡିର ଗଡ କୁହାଯାଉଥିବା ଦିଗପହଣ୍ଡିରେ ସିଦ୍ଧାନ୍ତଙ୍କୁ ଓହ୍ଲାଇ ବିଜେପି ବିଜେଡିକୁ ଜୋରଦାର ଟକ୍କର ଦେବ ।
 ସିଦ୍ଧାନ୍ତ ମହାପାତ୍ର ୨୦୦୯ରେ ବିଜେଡିରେ ସାମିଲ ହୋଇଥିଲେ । ଆଉ ସେହି ବର୍ଷ ବ୍ରହ୍ମପୁର ଆସନରୁ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପରେ ୨୦୧୪ରେ ବି ସେ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ଦୁଇ ଦୁଇ ଥର ସାଂସଦ ହୋଇଥିବା ସିଦ୍ଧାନ୍ତଙ୍କୁ ଏଥର କିନ୍ତୁ ବିଜେପି ବିଧାୟକ ଭାବେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି । ସେପଟେ ବିଜେଡି ପ୍ରାର୍ଥୀ ଭାବେ ସିଦ୍ଧାନ୍ତଙ୍କ ବିରୋଧରେ ଲଢିବେ ପୂର୍ବତନ ଦିଗପହଣ୍ଡି ବିଧାୟକ ସୂର୍ୟ୍ୟପାତ୍ରଙ୍କ ପୁଅ ବିପ୍ଲପ ପାତ୍ର ।