ଲେଖାଶ୍ରୀଙ୍କୁ ଟାର୍ଗେଟ କଲା ବିଜେଡି, ଜାଣନ୍ତୁ କାହିଁକି
ଭୁବନେଶ୍ୱର: ମହିଳା ପୋଲିସ ଅଧିକାରୀଙ୍କୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ପ୍ରସଙ୍ଗରେ ଲେଖାଶ୍ରୀଙ୍କୁ ଟାର୍ଗେଟ କଲା ବିଜେଡି । ବିଜେଡି ମୁଖପାତ୍ର ଇପସିତା ସାହୁ ପ୍ରେସମିଟ୍ କରି ଲେଖାଶ୍ରୀଙ୍କୁ ସମାଲୋଚନା କରିଛନ୍ତି । ଇପସିତା କହିଛନ୍ତି ଜଣେ ମହିଳା ହୋଇ ମଧ୍ୟ ଲେଖାଶ୍ରୀ ନିଜ ଦଳର ନେତାଙ୍କ ଏପରି ଆଚରଣ ବିରୋଧରେ ମୁଁହ ଖୋଲିଲେନି । ବିଜେପିର ଜଣେ ନେତ୍ରୀ ପୂର୍ବରୁ ସେ ଜଣେ ମହିଳା ହେଲେ ଏପରି ଏକ ସମ୍ବେଦନଶୀଳ ଘଟଣା ଉପରେ ଲେଖାଶ୍ରୀ ନିଜ ଦଳର ନେତାଙ୍କ କାର୍ୟ୍ୟକଳାପକୁ ବିରୋଧ ନକରିବା ଲଜ୍ଜାଜନକ କଥା ।
ଇପସିତା କହିଛନ୍ତି, ”ଆପଣମାନଙ୍କୁ ସମସ୍ତଙ୍କୁ ଜଣାଥିବ ୨୦୧୪ ମସିହାର ଘଟଣା । ବିଜେଡିର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ବିଜୁ ଜନତା ଦଳର ଦଳୀୟ ଟିକେଟ ପାଇଁ ଖୋଲାଖୋଲି ଭାବରେ ନବୀନ ନିବାସ ଆସିଥିଲେ । ସେହିଭଳି ଭାବରେ ୨୦୧୯ ରେ ଆପଣମାନଙ୍କ ଭିତରୁ କାହାକୁ ଜଣାଥିବ ମ୍ୟାଡାମ ଲେଖାଶ୍ରୀ ସାମନ୍ତ ସିଂହାର ଲୁଚିଛପି ନବୀନ ନିବାସ ଆସିଥିଲେ ବିଜୁ ଜନତା ଦଳର ଦଳୀୟ ଟିକେଟ ପାଇଁ । ଆଶା କରୁଛୁ ଆଉ ନିଶ୍ଚିନ୍ତ ଭାବରେ ୨୦୨୪ ରେ ବି ମ୍ୟାଡାମ ଲେଖାଶ୍ରୀ ସାମନ୍ତ ସିଂହାର ଲୁଚିଛପିକି ଆସିବେ ବିଜୁ ଜନତା ଦଳର ଦଳୀୟ ଟିକେଟ ଓ ନିର୍ବାଚନୀ ଟିକେଟ ନେବା ପାଇଁ । ବୋଧହୁଏ ଲାଗୁଛି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ଭାରତୀୟ ଜନତା ପାର୍ଟିର ଆତ୍ମଘୋଷିତ ଇନଭେଷ୍ଟିଗେଟର ଫରେନ୍ସିକ ଏକ୍ସପର୍ଟ ।