ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ପ୍ରଶଂସା କଲେ ଭର୍ତ୍ତୃହରି

ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ପ୍ରଶଂସା କଲେ ଭର୍ତ୍ତୃହରି

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି। ଜାତୀୟ ରାଜପଥରେ ଓ ତ୍ରିଶୁଳିଆ-ନନ୍ଦନକାନନ ରାସ୍ତାରେ ଗମନାଗମନ ବହୁ ମାତ୍ରାରେ ବୃଦ୍ଧି ପାଇଛି।ଫଳରେ ଅଧିକାଂଶ ସମୟରେ ଟ୍ରାଫିକ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଟ୍ରାଫିକ ଭିଡ କମାଇବା ପାଇଁ ଏହି ମେଟ୍ରୋ ରେଳ ପ୍ରକଳ୍ପ ବେଶ୍ ସହାୟକ ହେବ।

ଏହି ପ୍ରକଳ୍ପ ପାଇଁ ଅନ୍ତର୍ଜାତୀୟ ୠଣ ପ୍ରଦାନକାରୀ ସଂସ୍ଥା ଓଡିଶାକୁ ଆର୍ଥିକ ସହାୟତା ଦେବ। କେନ୍ଦ୍ର ସରକାର କେବଳ ଅନୁମତି ଦେବେ। ଯେହେତୁ ଏହି ମେଟ୍ରୋ ପ୍ରକଳ୍ପ ଭୂମିଗତ ହେବ ନାହିଁ, କଂକ୍ରିଟ ପୋଲ କରି ତା ଉପରେ ମେଟ୍ରୋ ଟ୍ରେନ୍‌ ଯାତାୟାତ କରିବ। ତେଣୁ ଅପେକ୍ଷାକୃତ କମ୍ ସମୟରେ ଏହି ପ୍ରକଳ୍ପ କାମ ସରିବ। ଆଜି ମୋ ବସ୍ ପ୍ରକଳ୍ପ ଯେଭଳି ସଫଳ