୪ ବ୍ଲକ କଂଗ୍ରେସ ସଭାପତି ମନୋନୀତ କଲେ ମାନସ ଚୌଧୁରୀ

୪ ବ୍ଲକ କଂଗ୍ରେସ ସଭାପତି ମନୋନୀତ କଲେ ମାନସ ଚୌଧୁରୀ

କଟକ : ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ଆଖି ଆଗରେ ରଖି ସଂଗଠନକୁ ଚଳଚଂଚଳ କରିବା ପାଇଁ ଅଂଟା ଭିଡ଼ିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । ପ୍ରତି ବ୍ଲକରେ ବିଜେଡ଼ି ଓ ବିଜେପିକୁ ଘେରିବା ପାଇଁ ଶ୍ରୀ ଚୌଧୁରୀ କଟକ ସଦର, ଆଠଗଡ଼, ବଡ଼ମ୍ବା ଓ ନିଆଳି ବ୍ଲକ କଂଗ୍ରେସର ନୂଆ ସଭାପତିଙ୍କୁ ମନୋନୀତ କରିଛନ୍ତି  ।

ରାମଚନ୍ଦ୍ର ଗୋଚ୍ଛାୟତଙ୍କୁ କଟକ ସଦର, ଶରତ କୁମାର ପରିଡ଼ାଙ୍କୁ ଆଠଗଡ଼, ଅକ୍ଷୟ କରଣଙ୍କୁ ବଡ଼ମ୍ବା ଓ ସୌଭାଗ୍ୟ ରଞ୍ଜନ ବସ୍ତିଆଙ୍କୁ ନିଆଳୀ ବ୍ଲକ କଂଗ୍ରେସ ସଭାପତି ଭାବେ ମନୋନୀତ କରାଯାଇଛି  । କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସୁପାରିଶକୁ ପିସିସି ସଭାପତି ଶରତ ପଟ୍ଟନାୟକ ଅନୁମୋଦନ କରିଛନ୍ତି  । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ । 
ବ୍ଲକ କଂଗ୍ରେସ ସଭାପତିଭାବେ ମନୋନୀତ ହୋଇଥିବା ଚାରିନେତା ଏଥିପାଇଁ ପିସିସି ସଭାପତି ଓ କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି  । ଆଗାମୀ ଦିନରେ ସଂଗଠନକୁ ସଶକ୍ତ କରିବା ପାଇଁ ସେମାନେ ପ୍ରୟାସ କରିବେ ବୋଲି କହିଛନ୍ତି  ।