ବିଶ୍ୱ କୀଡୀନି ଦିବସ

ବିଶ୍ୱ କୀଡୀନି ଦିବସ

ମାର୍ଚ୍ଚ 13 ବିଶ୍ୱ କୀଡୀନି ଦିବସ .2006 ମସିହା ରୁ ସାରା ବିଶ୍ୱ ରେ ମାର୍ଚ୍ଚ ମାସ ର ଦ୍ୱିତୀୟ ଗୁରୁବାର କୁ ଏହି ଦିବସ ରୂପରେ ପାଳନ କରାଯାଇ ଆସୁଛି. କଟକ ଏସସିବି ବଡମେଡିକାଲ ନେଫରୋଲୋଜି ବିଭାଗ ପକ୍ଷ ରୁ ଏହି ଦିବସ ପାଳନ କରାଯାଇଛି.ଏସସିବି ଅଧ୍ୟକ୍ଷ ଲୁଶି ଦାସ ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ   ଓ ନେଫରୋଲୋଜି ବିଭାଗୀୟ ଡାକ୍ତର ଅରୁଣା ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ. ଏସସିବି ର ସମସ୍ତ ବିଦ୍ୟାର୍ଥୀ କର୍ମଚାରୀ ହାତରେ ଫ୍ଲାଗ କାର୍ଡ ଧରି ଏହି ରୋଗ ନେଇ ସଚେତନ କରାଇଥିଲେ. ଆଜି ବିଶ୍ୱ ରେ ପ୍ରତି 10ଜଣରେ ଜଣେ କୀଡୀନି ରୋଗୀ ଚି଼ହ୍ନଟ ହେଉଛନ୍ତି.ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ସମସ୍ତ ଙ୍କ ପାଇଁ ଚିନ୍ତାଜନକ ହୋଇଛି.ତେବେ କଟକ ଏସସିବି ମେଡିକାଲ ରେ ଏହି ରୋଗ ର ସଫଳ ମୁକାବିଲା କରାଯାଉଛି. ଚିକିତ୍ସା ସେବା ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯାଉଛି.ଏହି ରୋଗ ମଧୁମେହ ଉଚ୍ଚ ରକ୍ତ ଚାପ ରୋଗୀଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିବା ବେଳେ ଅନିୟମିତ ଖାଦ୍ୟ ଗ୍ରହଣ, ପେନ କିଲର ସେବନ, କମ ପାଣି ପିଇବା ଫଳରେ ମଧ୍ୟ ଏହି ରୋଗ ହୋଇଥାଏ. ବ୍ୟାପକ ସଚେତନତା ହିଁ ରୋଗ କୁ ରୋକିବାର ମୂଳ ଉପାୟ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି. ଆଜିର ପରିବର୍ତ୍ତିତ ପରିସ୍ଥିତି ତଥା ଜରୁରୀ କାଳୀନ ପରିସ୍ଥିତି ରେ କିପରି କୀଡୀନି ରୋଗୀ ନିଜକୁ ସୁରକ୍ଷିତ ଓ ସୁସ୍ଥ ରଖିପାରିବେ ସେନେଇ ଚଳିତ ବର୍ଷ ବାର୍ତ୍ତା ପ୍ରଦାନ କରାଯାଇଛି.ଆଜିର ଦିନରେ ଅଧିକ ରୁ ଅଧିକ ସଂଖ୍ୟା ରେ ଆକସ୍ମିକ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି କୀଡୀନି ଦାନ କରନ୍ତୁ ବୋଲି ଡାକ୍ତର ଅପିଲ କରିଛନ୍ତି.ଚଳିତ ବର୍ଷ ଏହି ଦିବସ ର ଅନୁଚିନ୍ତା ରହିଛି ସୁସ୍ଥ କିଡ଼ନୀ ସମସ୍ତଙ୍କ ପାଇଁ ଜରୁରୀ. ପ୍ରତ୍ୟେକ ରୋଗୀ କୁ ପ୍ରତ୍ୟେକ ସ୍ଥାନ ରେ ଉଚିତ ସମୟରେ ସମାନ ଚିକିତ୍ସା ସେବା ଯୋଗାଇଦେବା ବୋଲି ଡାକ୍ତର କହିଛନ୍ତି.