ପ୍ରକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ପ୍ରକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ପ୍ରକାଶ ପାଇଲା +୨ ଦ୍ୱିତୀୟ  ପର୍ଯ୍ୟାୟ କଟ୍  ଅଫ୍ ମାର୍କ
ଭୁବନେଶ୍ୱର: ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଲା ୭୦.୪ ପ୍ରତିଶତ ସହ କଳାରେ ବିଜେବି ଜୁନିଅର କଲେଜ ଆଗରେ ରହିଛି । ୭୦ ପ୍ରତିଶତ ସହ କଳାରେ ରେଭେନ୍ସା ଜୁନିଅର କଲେଜ ଦ୍ୱିତୀୟରେ ରହିଛି । ସେହିପରି ନରସିଂହପୁର ଜୁନିଅର କଲେଜ ୬୮.୧୭ ପ୍ରତିଶତ ସହ ତୃତୀୟରେ ରହିଛି । ବିଜ୍ଞାନରେ ୮୯.୨ ପ୍ରତିଶତ ସହ ରେଭେନ୍ସା କଲେଜ ଆଗରେ ରହିଥିବା ବେଳେ ୮୭.୬୭ ପ୍ରତିଶତ ସହ ବିଜେବି କଲେଜ ଦ୍ୱିତୀୟରେ ରହିଛି । ସେହିପରି ବ୍ରହ୍ମପୁର ସରସ୍ୱତୀ ବିଦ୍ୟାମନ୍ଦିର ଜୁନିଅର କଲେଜ ୮୭.୧୭% ସହ ତୃତୀୟରେ ରହିଛି । ବାଣିଜ୍ୟରେ ୭୫.୮୩ % ସହ ତାଳଚେର ଜୁନିଅର କଲେଜ ଆଗରେ ରହିଥିବା ବେଳେ ରେଭେନ୍ସା କଲେଜ ୭୫.୫% ଦ୍ୱିତୀୟରେ ରହିଛି । ସେହିପରି ଶୈଳବାଳା କଲେଜ ୭୪.୪ ପ୍ରତିଶତ ସହ ତୃତୀୟରେ ରହିଛି । ଜୁଲାଇ ୧୫ରୁ ୧୭ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ ।