ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । କଟକ ବୟାଳିଶ ମୌଜାରେ ଏକ ବୈଠକରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ନକ୍ସଲଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇବା ପାଇଁ ଚେଷ୍ଟା ଚାଲିଛି । ସରକାରଙ୍କ ଉଦ୍ୟମ ଯୋଗୁଁ ବହୁ ନକ୍ସଲ ମୁଖ୍ୟସ୍ରୋତକୁ ଫେରିଛନ୍ତି । ଆବଶ୍ୟକ ହେଲେ ନକ୍ସଲ ଦମନ ପାଇଁ ସେନାର ସାହାର୍ଯ୍ୟ ନିଆଯିବ ବୋଲି ସେ କହିଛନ୍ତି । ସେହିପରି ଦେଶରେ ବର୍ଦ୍ଧିତ ଦୁଷ୍କର୍ମ ମାମଲା ନେଇ ମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି ଯେ, ପୂର୍ବରୁ ଭୟରେ ହେଉ ବା ସାମାଜିକ କାରଣରୁ ଥାନାରେ ମାମଲା ହେଉନଥିଲା । ବିଜେପି ସରକାରକୁ ଆସିବା ପରେ ଏଥିରେ ପରିବର୍ତ୍ତନ ଆସିଛି । ଦୁଷ୍କର୍ମ ମାମଲା ରୁୁଜୁ ହେବା ସହ ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ।