ଡ୍ରେନରେ ଭାସିଗଲେ ବୃଦ୍ଧା

ଡ୍ରେନରେ ଭାସିଗଲେ ବୃଦ୍ଧା

ଡ୍ରେନରେ  ଭାସିଗଲେ ବୃଦ୍ଧା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ଅଭାବନୀୟ ଘଟଣା। ଜୟଦେବ ବିହାର ନିକଟସ୍ତ ସାଲିଆ ସାହି ନିକଟରେ ଏକ ଉନୁକ୍ତ ଡ୍ରେନରେ ପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ସାଲିଆସାହିର ଆଦିବାସୀ ଗାଁର ପି. ଅପଲାମା । ସୂଚନା ଅନୁସାରେ ଦିନସାରା ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଜୟଦେବ ବିହାରର ଏକାମ୍ର ଭିଲ୍ଲା ଛକ ଜଳମଗ୍ନ ହୋଇପଡ଼ିଥିଲା। ରାସ୍ତା ଓ ଡ୍ରେନ ପାଣିରେ ବୁଡି ରହିଥିବାରୁ ରାସ୍ତା ଓ ଡ୍ରେନ ମଧ୍ୟରେ ଫରକ ଜାଣିବା ମୁସ୍କିଲ ହୋଇପଡୁଛି। ତେବେ ବୃଦ୍ଧା ଜଣକ ଡ୍ରେନ୍‌ରେ ପଡ଼ି ଭାସିଯାଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଘଟିଛି ଏଭଳି ଅଘଟଣ। ମୃତ ବୃଦ୍ଧାଜଣଙ୍କ ହେଲେ, ଆନ୍ଧ୍ରପ୍ରଦେଶ ମଣ୍ଡରେଶ୍ବରର ପି. ଅପଲାମା(୬୦)। ଏଠାରେ ସେ ସପରିବାର ସାଲିଆସାହି ଆଦିବାସୀ ଗାଁରେ ରହୁଥିଲେ। ଭାସି ଯାଇ ପ୍ରାଣ ହରାଇଥିବା ଖବର ପାଇ ପରିବାର ଲୋକ ଅପଲାମାଙ୍କ ଶବକୁ ଡ୍ରେନ୍‌ ଭିତରୁ ଉଦ୍ଧାର କରିଛନ୍ତି। ତେବେ ବୃଦ୍ଧାଙ୍କ ଏଭଳି ମୃତ୍ୟୁକୁ ସ୍ଥାନୀୟ ଲୋକ ଓ ପରିବାରବର୍ଗ ସହଜରେ ଗ୍ରହଣ କରିପାରିନାହାନ୍ତି।