ଖୋଲିଲା ହୀରାକୁଦ ଗେଟ୍

ଖୋଲିଲା ହୀରାକୁଦ ଗେଟ୍

ଖୋଲିଲା ହୀରାକୁଦ ଗେଟ୍
ସମ୍ବଲପୁର:ବୁଧବାର ହୀରାକୁଦରୁ ମହାନଦୀକୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ପୂଜାର୍ଚ୍ଚନା ପରେ ଦିନ ୧୧ଟାରେ ସ୍ଲୁଇସ୍ ଗେଟ୍ ଖୋଲିଲା । ଡ୍ୟାମ୍ ଜଳସ୍ତର ୬୧୮ ଫସ୍ୱଙ୍କ ଟପିବା ପରେ ଗେଟ୍ ଖୋଲାଯାଇଥିଲା ।୭ ନମ୍ବର ସ୍ଲୁଇଲ ଗେଟ୍ ଜରିଆରେ ପାଣି ଛଡାଗଲା । ପ୍ରତିବର୍ଷ ପ୍ରଥମେ ୭ ନମ୍ବର ଗେଟ୍ ହିଁ ଖୋଲା ଯାଇଥାଏ ।ତଳମୁଣ୍ଡରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଔପଚାରିକତା ଭାବେ ଗେଟ ଖୋଲଯାଇଛି । ପୂର୍ବରୁ ଘୋଷଣା କରାଯାଇଥିବାରୁ ବିଧି ଦୃଷ୍ଟିରୁ କିଛି ସମୟ ପାଇଁ ଗେଟ ଖୋଲାଯିବ । ତଳମୁଣ୍ଡରେ ପାଣି ସମୁଦ୍ରକୁ ନିଷ୍କାସିତ ହେବା ପରେ ସ୍ଥିତିକୁ ଦେଖି ଗେଟ ଖୋଲିବା ନେଇ ନିଷ୍ପତି ନିଆଯିବ । ସୂଚନାଯୋଗ୍ୟଯେ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି । ସେହିପରି ତେଲ, ଜୀରା, ଅଙ୍ଗ ସମେତ ବହୁ ଛୋଟ ବଡ଼ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଅପରପକ୍ଷରେ ବନ୍ୟା ଯୋଗୁଁ ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼ ଓ କନ୍ଧମାଳ ଜିଲ୍ଲାର ୧୯ ବ୍ଲକ ପ୍ରଭାବିତ ହୋଇଛି । ଏହାଦ୍ୱାରା ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ମୃତୁ୍ୟ ସଂଖ୍ୟା ୯ରେ ପହଁଚିଛି । ସେହିପରି ୫ ଜିଲ୍ଲାରେ ୭ ଦିନ ପାଇଁ ରିଲିଫ ବଂଟନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।