କାଦୁଅ ବିଲରେ ପଶି ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ

କାଦୁଅ ବିଲରେ ପଶି ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ

କାଦୁଅ ବିଲରେ ପଶି ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ
ବ୍ରହ୍ମପୁର : ନିଜ ଦୁଃଖ, ଅସୁବିଧା ଜଣାଇବାକୁ ସାଧାରଣ ଲୋକେ ଯାହାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଇନ ଲଗାଇଥାନ୍ତି। ତାଙ୍କୁ କିଛି ସମୟ ପାଇଁ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବିଭିନ୍ନ ଯୋଜନାର ଅନୁଧ୍ୟାନ କରିବାକୁ ଗ୍ରାମାଞ୍ଚଳ ପରିଦର୍ଶନ କରୁଥିବା ଜିଲ୍ଲାପାଳ ସ୍ୱଇଚ୍ଛାରେ କାଦୁଅ ବିଲରେ ପଶିଲେ। ଆଉ ଆଗ୍ରହର ସହ ଜମିରେ ଧାନ ମଧ୍ୟ ରୋଇଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍‌ ମଥୁରା ପଞ୍ଚାୟତର ଭରସା ଗାଁରେ। ଧାଡ଼ି ପ୍ରଣାଳୀରେ ଚାଷ କରିବାକୁ ନେଇ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏନେଇ ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଜିଲ୍ଲା କୃଷି ଅଧିକାରୀ ଓ ବ୍ରହ୍ମପୁର କୃଷି ଉପନିର୍ଦ୍ଦେଶ ଏହାର ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ଅଞ୍ଚଳକୁ ଯାଇଥିଲେ। ଏହି ସମୟରେ ସେମାନେ ଭରସା ଗାଁକୁ ଅନୁଧ୍ୟାନ ପାଇଁ ଯାଇଥିଲେ। ସେଠାରେ ଚାଷୀ ସେମାନଙ୍କ ବିଲରେ ଧାନ ରୋଉଥିଲେ। ଜିଲ୍ଲାପାଳ ମଧ୍ୟ ଚାଷୀମାନଙ୍କ ସହ ମିଶି କାଦୁଅ ଜମିରେ ଧାନ ରୋଇଥିଲେ। ଜିଲ୍ଲାପାଳଙ୍କ ସହ କିଛି ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଯାଇଥିଲେ। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।