ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି

ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ତଳେ ଘଟିଥିବା ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଏସଆରସି ବିଷ୍ଣୁପଦ ସେଠୀ ପ୍ରଭାବିତ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କିଛି ଦିନ ହେବା ମୈାସୁମୀ ସକ୍ରୟ ଓ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇ କିଛି ସ୍ଥାନରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିଲା । ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳିଥିଲା । ଅନେକ ଲୋକ ପାଣିଘେରରେ ରହିଥିବା ବେଳେ କେତେ ସ୍ଥାନରେ ଯୋଗଯୋଗ ବିିଚ୍ଛିନ୍ନ ହୋଇପଡ଼ିଥିଲା । ତେଣୁ ସେହି ସବୁ ପ୍ରଭାବିତ ଅଂଚଳର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଏସଆରସି ବିଷ୍ଣୁପଦ ସେଠୀ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ବଲାଙ୍ଗୀର, ଗଜପତି , କଳାହାଣ୍ଡି, କନ୍ଧମାଳ ,କୋରାପୁଟ , ମାଲକାନଗିରି ,ନବରଙ୍ଗପୁର ,ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ବନ୍ୟାସ୍ଥିତ ଉପୁଜିଥିବା ବେଳେ ଅନେକ ଲୋକଙ୍କ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିଲା । ତେଣୁ ସେଠାକାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଅଗଷ୍ଟ ୧୭ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।