ଆଜି ପୂର୍ଣ୍ଣାଙ୍ଗ ବଜେଟ

ଆଜି ପୂର୍ଣ୍ଣାଙ୍ଗ ବଜେଟ

ଆଜି ପୂର୍ଣ୍ଣାଙ୍ଗ ବଜେଟ
ଭୁବନେଶ୍ୱର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ବଜେଟ ଆଗତ ପୂର୍ବରୁ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ସରକାର । ଚଳିତ ବର୍ଷର ବଜେଟ ଗତ ଆକାର ତୁଳନାରେ ୧୦ ପ୍ରତିଶତ ବଢିବ ବୋଲି ଆକଳନ କରାଯାଇଛି । ବଜେଟ ସମ୍ପର୍କରେ ସୂଚନା ମିଳି ନଥିଲେ ହେଁ ବଜେଟର ଆକାର ୧ ଲକ୍ଷ ୩୬ କୋଟି ଟପିବ ବୋଲି ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ କାଳିଆ ଯୋଜନା, ମିଶନ ଶକ୍ତି , ଜଳସେଚନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ବଜେଟରେ ଅଧିକ ବ୍ୟୟବରାଦ କରାଯାଇଛି । ଏହା ସହିତ ପୂର୍ଣ୍ଣାଙ୍ଗ ବଜେଟରେ କୌଣସି ଟିକସ ବ୍ୟବସ୍ଥା କରାଯାଇନି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଗତ ଫେବୁଆରୀ ମାସରେ ସରକାର ୫୬ ହଜାର ୯୨୧ କୋଟି ଟଙ୍କାର ଲେଖାନୁଦାନ ପାରିତ କରିଥିଲେ ।