ଦୁର୍ଦ୍ଦାନ୍ତ ଅପରାଧୀ ଛୋଟାର ବେଆଇନ ଘର ଭଙ୍ଗାଗଲା

ଦୁର୍ଦ୍ଦାନ୍ତ ଅପରାଧୀ ଛୋଟାର ବେଆଇନ ଘର ଭଙ୍ଗାଗଲା

ଦୁର୍ଦ୍ଦାନ୍ତ ଅପରାଧୀ  ଛୋଟାର ବେଆଇନ ଘର ଭଙ୍ଗାଗଲା
ଖୋର୍ଦ୍ଧା: ଦୁର୍ଦ୍ଦାନ୍ତ ଅପରାଧୀ ତଥା ନିଶା ବେପାରୀ ଛୋଟାର ବେଆଇନ ଘର ଉଚ୍ଛେଦ କରାଯାଇଛି । ଛୋଟା ସରକାରୀ ଜମିରେ ଘର କରି ରହୁଥିବା ଅଭିଯୋଗ ଥିବାରୁ ଆଜି ପ୍ରଶାସନ ଘର ଉଚ୍ଛେଦ କରିଛି । ଦୁର୍ଦ୍ଦାନ୍ତ ଅପରାଧୀ ଛୋଟା ଓରଫ ପ୍ରକାଶ ନାୟକର ଗୁରୁଜଙ୍ଗରେ ଥିବା ସରକାରୀ ଜମିରେ ଥିବା ବେଆଇନ ଘର ଉଚ୍ଛେଦ କରାଯାଇଛି । ଘଟଣାସ୍ଥଳରେ ୩ପ୍ଲାଟୁନ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଏହି ଘର ଉଚ୍ଛେଦ କରାଯାଇଛି । ପୂର୍ବରୁ ଛୋଟାର ଦୁଇଭାଇଙ୍କୁ ଘର ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଜୁଲାଇ ୯ ତାରିଖରେ ଛୋଟା ଓରଫ ପ୍ରକାଶ ନାୟକ ଆତ୍ମସମର୍ପଣ କରିଥିଲା । ବ୍ରାଉନସୁଗାର କାରବାର ସହ ବେଆଇନ ଖଣିଜ ଭଳି ଅନେକ ଅପରାଧିକ ମାମଲରେ ଜଡ଼ିତ ଥିବା କାରଣରୁ କ୍ରାଇମବ୍ରାଞ୍ଚ ଏସଟିଏଫର ମଧ୍ୟ ୱାଣ୍ଟେଡ଼ ଲିଷ୍ଟରେ ଥିବା ଛୋଟା ଗିରଫ ଭୟରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲା । ଅପରାଧିକ ସମ୍ପୃକ୍ତ ନେଇ ଛୋଟାକୁ ଦୀର୍ଘଦିନ ଧରି କ୍ରାଇମବ୍ରାଂଚ ଖୋଜୁଥିଲା ।