ଆସାରାମ ବାପୁଙ୍କ ଜାମିନ ଖାରଜ କଲେ ଗୁୁଜୁରାଟ ହାଇକୋର୍ଟ

ଆସାରାମ ବାପୁଙ୍କ ଜାମିନ ଖାରଜ କଲେ ଗୁୁଜୁରାଟ ହାଇକୋର୍ଟ

ଆସାରାମ ବାପୁଙ୍କ ଜାମିନ ଖାରଜ କଲେ ଗୁୁଜୁରାଟ ହାଇକୋର୍ଟ
ନୂଆଦିଲ୍ଲୀ : ଉଚ୍ଚତମ ନ୍ୟାୟାଳୟ ଗୁୁଜୁରାଟର ଆସାରାମ ବାପୁଙ୍କ ବିରୋଧରେ ଦର୍ଜ ହୋଇଥିବା ଯୌନ ଉତ୍ପୀଡନା ମାମଲାରେ ଜାମିନ ଖାରଜ କରିଛନ୍ତି । ନ୍ୟାୟଧୀଶ ଏନୱୀ ରମାନାଙ୍କ ଖଣ୍ଡପୀଠରେ ଗୁଜୁରାଟ ସରକାରଙ୍କ ତରଫରୁ ଉପସ୍ଥିତ ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କହିଛନ୍ତି କି, ଏହି ମାମଲାରେ ଏବେ ଟ୍ରୟାଲ ଜାରୀ ରହିଛି । ୨୧୦ଜଣ ସାକ୍ଷୀଙ୍କୁ ଯାଂଚ୍ କରିବା ଏବେ ସୁଦ୍ଧା ବାକି ରହିଛି । ଖଣ୍ଡପୀଠ ଜାମିନ ଯାଚିକା ଖାରଜ କରି ନ୍ୟାୟାଧୀଶ କହିଛନ୍ତି କି, ନିମ୍ନ ଅଦାଲତ ଟ୍ରାୟଲ ଜାରୀ ରଖନ୍ତୁ । ଗୁଜୁରାଟ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ପ୍ରଥମ ସ୍ପଷ୍ଟୀକରଣରେ ପ୍ରଭାବିତ ହେବ ଆବଶ୍ୟକ ନାହିଁ । ଉଲ୍ଲେଖଯୋଗ୍ୟ, ସୁରାଟରେ ରହୁଥିବା ଦୁଇ ଭଉଣୀଙ୍କ ସହ ଆସାରାମ ବାପୁ ଏବଂ ତାଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ କରିଥିବା ସହ ସେମାନଙ୍କୁ ବନ୍ଦୀ କରିଥିବା ଅଭିଯୋଗ ହୋଇଥିଲା । ଏତଦ୍ ବ୍ୟତୀତ ତାଙ୍କ ବିରୁଧରେ ବହୁ ମାମଲାରେ କେସ୍ ରୁଜୁ କରାଯାଇଥିଲା ।