୧୦୭ ବିଧାୟକ ବିଜେପିରେ ମିଶିବେ:ମୁକୁଲ ରାୟ

୧୦୭ ବିଧାୟକ ବିଜେପିରେ ମିଶିବେ:ମୁକୁଲ ରାୟ

୧୦୭ ବିଧାୟକ ବିଜେପିରେ ମିଶିବେ:ମୁକୁଲ ରାୟ
କୋଲକାତା:ଭାରତୀୟ ଜନତା ପାର୍ଟିର ନେତା ମୁକୁଲ ରାୟ ଏମିତି ଏକ ବୟାନ ଦେଇଛନ୍ତି ଯେ, ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଯାଇଛି । ମୁକୁଲ ରାୟ କହିଛନ୍ତି ଯେ ବିଜେପିରେ ୧୦୭ ଜଣ ବିଧାୟକ ମିଶିବାକୁ ଯୋଗାଯୋଗରେ ରହିଛନ୍ତି । ସିପିଏମ, କଂଗ୍ରେସ ଓ ତୃଣମୂଳ କଂଗ୍ରେସର ୧୦୭ ଜଣ ବିଧାୟକ ବିଜେପିରେ ସାମିଲ ହେବେ । ଶ୍ରୀ ରାୟ କହିଛନ୍ତି ଯେ ଆମ ପାଖରେ ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇ ରହିଛି ଏବଂ ଆମେ ସେମାନଙ୍କ ସହିତ ସବୁବେଳେ ସମ୍ପର୍କରେ ରହିଛୁ । ଲୋକସଭା ସାଧାରଣ ନିର୍ବାଚନରେ ପୂର୍ଣ୍ଣ ବହୁମତ ପାଇ ବିଜେପି ଦ୍ୱିତୀୟ ଥର ସରକାର ଗଠନ କରିଛି । ପଶ୍ଚିମବଙ୍ଗର ୪୨ଟି ସିଟ ମଧ୍ୟରୁ ବିଜେପି ୧୮ଟିରେ ବିଜୟ ଲାଭ କରିଛି । ତୃଣମୂଳ କଂଗ୍ରେସ ୨୨ଟି ଆସନରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ମାତ୍ର ୨ଟି ଆସନ ପାଇଥିଲା । ଏବେ ପଶ୍ଚିମବଙ୍ଗରେ ନିଜକୁ ସୁଦୃଢ କରି ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଥିବା ବିଜେପି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ନିକଟରେ ଟିଏମସିର ଅନେକ ନେତା ବିଜେପିରେ ସାମିଲ ହୋଇଥିଲେ। ଟିଏମସି ନେତାଙ୍କ ବିଜେପିରେ ସାମିଲ ହେବା ପର୍ବ ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିଲା।