ଦୁର୍ନୀତି ପ୍ରତି ମନମୋହନ ଦୃଷ୍ଟି ଦେଇନଥିଲେ: ନିର୍ମଳା

ଦୁର୍ନୀତି ପ୍ରତି ମନମୋହନ ଦୃଷ୍ଟି ଦେଇନଥିଲେ: ନିର୍ମଳା

ଦୁର୍ନୀତି ପ୍ରତି ମନମୋହନ ଦୃଷ୍ଟି ଦେଇନଥିଲେ: ନିର୍ମଳା
ନୂଆଦିଲ୍ଲୀ : ଅର୍ଥନୀତିକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାର ପ୍ରତିଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆମେରିକାରେ ଥିବା ନିର୍ମଳା କହିଛନ୍ତି, ୟୁପିଏ ସରକାରଙ୍କ କେଉଁ ସମୟରେ କଣ ଭୁଲ ହୋଇଥିଲା ତାହା ମନମୋହନ ପ୍ରକାଶ କରନ୍ତୁ । ଏହା ଆଲୋଚନା ପରିସରକୁ ଆସୁ । ୟୁପିଏ ସରକାର ଅମଳରେ ଯେତେବେଳେ ଦୁର୍ନୀତି ବଢ଼ି ଚାଲିଥିଲା ଏବଂ ଶାସନ ସହ ସମ୍ପର୍କ ଥିବା ପୁଞ୍ଜିପତିମାନେ ଋଣ ନେଉଥିଲେ ସେତେବେଳେ ମନମୋହନ ସେଥିପ୍ରତି ଦୃଷ୍ଟି ଦେଇ ନଥିଲେ । ତାଙ୍କ ଦୃଷ୍ଟି ଅନ୍ୟ ଆଡେ଼ ଥିଲା ବେଲେି ନିର୍ମଳା କହିଛନ୍ତି । ଏହି ବାକ୍ୟୁକ୍ତ ନିର୍ମଳାଙ୍କ ଠାରୁ ଆରମ୍ଭ ହୋଇଥିଲା । ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଦୁର୍ଗତି ଏବଂ ଅର୍ଥୀନତିର ମାନ୍ଦାବସ୍ଥା ଲାଗି ସେ ମନମୋହନ ଏବଂ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ କିଛି ଦିନ ତଳେ ଦାୟୀ କରିଥିଲେ । ଗତକାଲି ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିର୍ମଳାଙ୍କ ମନ୍ତବ୍ୟ ଉପରେ ଜବାବ ରଖିଥିଲେ ମନମୋହନ କହିଥିଲେ, ବିରୋଧୀଙ୍କୁ ସମାଲୋଚନା କରିବା ଛଡ଼ା ଅର୍ଥନୀତିରେ ସୃଷ୍ଟି ହୋଇଥିବା ଅସୁବିଧାକୁ ସରକାର ଦୂର କରନ୍ତୁ । ଆଜି ନିର୍ମଳା ଏହି ସୂଚନା ମଧ୍ୟ ଦେଇଛନ୍ତି ଯେ ଖୁବ୍ ଶୀଘ୍ର ଆମେରିକା ସହ ବାଣିଜ୍ୟ ବୁଝାମଣା ହେବ ।