ସଙ୍କଟରେ କର୍ଣ୍ଣାଟକ ମେଣ୍ଟ ସରକାର : ୧୨ ବିଧାୟକଙ୍କ ଇସ୍ତଫା

ସଙ୍କଟରେ କର୍ଣ୍ଣାଟକ ମେଣ୍ଟ ସରକାର : ୧୨ ବିଧାୟକଙ୍କ ଇସ୍ତଫା

ସଙ୍କଟରେ କର୍ଣ୍ଣାଟକ ମେଣ୍ଟ ସରକାର : ୧୨ ବିଧାୟକଙ୍କ ଇସ୍ତଫା
କର୍ଣ୍ଣାଟକ: ଏବେ ସଂକଟରେ କୁମାରସ୍ୱାମୀ ସରକାର । କର୍ଣ୍ଣାଟକ ମେଣ୍ଟ ସରକାର ପ୍ରତି ସଂକଟ ଘନେଇଲା । ସଂକଟରେ କଂଗ୍ରେସ-ଜେଡିଏସ ମେଣ୍ଟ କୁମାରସ୍ୱାମୀ ସରକାର । ଇସ୍ତଫା ଦେଇଛନ୍ତି କଂଗ୍ରେସର ୯ ଜଣ ଓ ଜେଡିଏସର ୩ ଜଣ ବିଧାୟକ । ମୋଟ ୧୨ ଜଣ ବିଧାୟକ ବାଚସ୍ପତିଙ୍କ ଅନୁପସ୍ଥିତିରେ ତାଙ୍କ ସଚିବଙ୍କୁ ସେମାନଙ୍କ ଇସ୍ତଫାପତ୍ର ଦେଇଛନ୍ତି । ପ୍ରକାଶ ଯେ, ଏବେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଆମେରିକା ଗସ୍ତରେ ଅଛନ୍ତି । ସେ ଆସନ୍ତାକାଲି ବେଙ୍ଗଲୁରୁ ଫେରିବା ସମ୍ଭାବନା ରହିଛି । ପ୍ରକାଶ ଯେ, ଏବେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ଆମେରିକା ଗସ୍ତରେ ଅଛନ୍ତି । ସେ ଆସନ୍ତାକାଲି ବେଙ୍ଗଲୁରୁ ଫେରିବା ସମ୍ଭାବନା ରହିଛି । ୨୨୫ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୦୫ ବିଧାୟକ ରହିଛନ୍ତି। କଂଗ୍ରେସର ୭୮ ଏବଂ ଜେଡିଏସର ୩୭ ବିଧାୟକ ଥିବାବେଳେ ୨ ସ୍ବାଧୀନ ଏବଂ ବିଏସପି ଓ କେପିଜେର ଜଣେ ଲେଖାଏ ବିଧାୟକ ଅଛନ୍ତି। ଗତବର୍ଷ ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିବାରୁ କଂଗ୍ରେସ ଏବଂ ଜେଡିଏସ ମେଣ୍ଟ କରି ସରକାର ଗଢ଼ିଥିଲେ।