ଦୁଇଦିନିଆ ଋଷ ଗସ୍ତରେ ଜିନ ପିଙ୍ଗ

ଦୁଇଦିନିଆ ଋଷ ଗସ୍ତରେ ଜିନ ପିଙ୍ଗ

ଦୁଇଦିନିଆ ଋଷ ଗସ୍ତରେ ଜିନ ପିଙ୍ଗ
ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ବୁଧବାର ଋଷକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଗସ୍ତରେ ଯାଇଛନ୍ତି । ୨୦୧୪ରେ ଋଷ କ୍ରିମେଆ ଦଖଲ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥଣ୍ଡା ପଡିବା ପରେ ଜିନ ପିଙ୍ଗଙ୍କ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ଚିନ ପକ୍ଷରୁ ଆଶା କରାଯାଇଛି । ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁତିନଙ୍କ ସହିତ ତାଙ୍କର ଆଲୋଚନା ସମୟରେ ଅର୍ଥନୈତିକ ସମ୍ପର୍କ ପୁନଃସ୍ଥାପନ ଓ ପାଶ୍ଚାତ୍ୟଠାରୁ ଋଷକୁ ଯେଉଁଭଳି ଭାବରେ ଏକୁଟିଆ ରଖାଯାଉଛି ତାହାର ପ୍ରତିହତ ଉଦ୍ୟମ ହେବ ବୋଲି ସୂଚନା ମିଳିଛି । ଅପରାହ୍ନ ଜିନ ପିଙ୍ଗ କ୍ରେମଲିନରେ ପହଂଚିବା ପରେ ପୁତିନ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ପ୍ରଥମିକ ଆଲୋଚନା ପରେ ରାତିରେ ସେମାନେ ବୋଲସୋଇ ଥିଏଟର ପରିଦର୍ଶନ କରିଛନ୍ତି ।